-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
17-Feb-2022
ବୌଦ୍ଧ (ପ୍ରେରଣା ଖବର) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ , ଫୁଲବାଣୀ ପକ୍ଷରୁ ଆଜି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମରେ "ମତଦାତା ଅଧିକାର ଓ କୋବିଡ଼ ଅନୁକୂଳ ବ୍ୟବହାର" ସମ୍ପର୍କିତ ଏକ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାମଣ୍ଡା ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ସାହୁ , ଅଧ୍ୟାପିକା ଶ୍ରୀମତୀ ସ୍ମୃତିରାଣୀ ମିଶ୍ର
ଏବଂ ବୌଦ୍ଧ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିଆରସିଂ ପ୍ରମୁଖ ଯୋଗ ଦେଇ ଭୋଟର ମାନଙ୍କୁ ସଚେତନତା ର ବାର୍ତ୍ତା ଦେଇଥିଲେ। ଏଥିରେ ଶତ ପ୍ରତିଶତ ମତଦାନ ନିଜ ନିଜ ପଂଚାୟତ ରେ କରିବା ପାଇଁ ଅନୁରୋଧ
କରିଥିଲେ। ଏହିଅବସରରେ ଏକ ସଚେତନତା ରାଲି ଶତାଧିକ ମହିଳା ଓ ପୁରୁଷ ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଭାରତ ସରକାରଙ୍କର ସ୍ୱୀକୃତି ପ୍ରାପ୍ତ କଳାକାର ଙ୍କ ଦ୍ୱାରା ପାଲ୍ଲା ପରିବେଷଣ କରା ଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ସହକାରୀ ନିର୍ଦେଶକ ଶ୍ରୀ ରାମେଶ୍ୱର ନାୟକ ଓ କ୍ଷେତ୍ର ପ୍ରଚାର ସହାୟକ ଶ୍ରୀ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିଲେ।