-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
17-Feb-2022
ବିନିକା:(ହିମାଂଶୁ ଶେଖର ପୁଟେଲ) / ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଛି ।ଶେଷ ଦିନରେ ଭୋଟରଙ୍କୁ ମନେଇବା ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ/ପ୍ରାର୍ଥୀନୀ ମାନଙ୍କ ତରଫରୁ ଜୋରଦାର ଉଦ୍ୟମ କରାଯାଇଛି ।ପ୍ରଚାରରେ ଗାଁ ଦାଣ୍ଡ କମ୍ପି ଉଠିଥିଲା ।କେଉଁ ପଞ୍ଚାୟତରେ ଶୋଭାଯାତ୍ରା ମାଧ୍ୟମରେ ତ ଆଉ କେଉଁଠି ବିଭିନ୍ନ ଉପାୟରେ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ଭୋଟ ପାଇଁ ଭୋଟର ଙ୍କୁ ଆକୃଷ୍ଟ କରିବାରେ ପ୍ରୟାସ କରିବାରେ ସଫଳ ହୋଇଛନ୍ତି ।ତେବେ ଦେଖିବାକୁ ବାକି ରହିଲା ଆସନ୍ତା ୧୮ତାରିଖରେ ହେବାକୁ ଯାଉଥିବା ମତଦାନ ଉପରେ ।ବ୍ଲକର ସବୁଠାରୁ ଗୁରୁତ୍ତ୍ୱପୂର୍ଣ ଭୂମିକା ନିଭାଇଥିବା
ଚରଦା ପଞ୍ଚାୟତରେ ଦୁଇ ଜଣ ହେବିୱେଟ ନେତାଙ୍କ ଲଢେଇକୁ ନେଇ ଏବେ ସାରା ବିନିକା ଅଞ୍ଚଳରେ ରାଜନୀତି ଚର୍ଚ୍ଚା ଜୋର ଧରିଛି କିଏ ଜିତିବ କିଏ ହାରିବ । କାରଣ ଏହି ସିଟ ରୁ ଯିଏ ଜିତିବ ସିଏ ବିନିକା ବ୍ଳକ ଅଧ୍ୟକ୍ଷା ପଦ ହାତେଇବ। ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଶେଷ ଦିନରେ ଆଜି ଜୋରଦାର ପ୍ରଚାର ହୋଇଥିଲା ଏହି ପଞ୍ଚାୟତରେ ସମିତିସଭ୍ୟାରେ ପ୍ରତିଦ୍ବନ୍ଦିତା କରୁଥିବା ପୂର୍ବତନ ବ୍ଳକ ଅଧ୍ୟକ୍ଷା ନଳିନୀ ସାହୁଙ୍କ ବିଜୟ ପାଇଁ ଆଜି ସାରା ଫୁଲମୁଠି ବାସି ଏକତ୍ରିତ ହୋଇଥିଲେ ।ନଲିନୀଙ୍କ ସ୍ବାମୀ ତଥା ସମାଜସେବୀ ଭୀମସେନ ସାହୁ ଭିକ୍ଷା ଥାଳି ଧରି ସମସ୍ତଙ୍କ ଦ୍ଵାରକୁ ଯାଇ ଭୋଟ ଭିକ୍ଷା ମାଗିଥିଲେ ।ଏଥିରେ ଗ୍ରାମର ଶତାଧିକ ଲୋକ ସାମିଲ ହୋଇଥିଲେ । ନଳିନୀଙ୍କ ବିଜୟ ପାଇଁ ଗ୍ରାମର ଅନେକ ପଡ଼ାରେ ତାଙ୍କ ସ୍ବାମୀ ଭୀମସେନଙ୍କୁ ଏବଂ ସଚେତନ ନାଗରିକ ପ୍ରମୋଦ କୁମାର ଦାଶ,ଜବଦୁ କର୍ଣ୍ଣ,ବାବୁଲାଲ ପଣ୍ଡାଙ୍କ ପାଦ ଧୋଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ସେହିପରି ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ଧର୍ମପତ୍ନୀ ଦୀପ୍ତିରେଖା ନନ୍ଦ ମଧ୍ୟ ଆଜି ଉକ୍ତ ଗ୍ରାମରେ ରେଲି କରି ଭୋଟ ଭିକ୍ଷା ମାଗିଥିଲେ । ଏହି ପଞ୍ଚାୟତରେ ସର୍ବମୋଟ ୪୬୬୪ ଭୋଟର ମତଦାନ କରିବେ ।
ଅନ୍ୟ ପକ୍ଷରେ ସରପଞ୍ଚ ପାଇଁ ଏଠାରେ ୪ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଆଜି ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ଜଣାପଡିଛି ।ତେବେ ରାଜନୀତିଜ୍ଞ ମହଲରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ମଧ୍ୟରୁ ଅନେକ ସ୍ଥାନରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ଵକୁ ପ୍ରାଧାନ୍ୟ ଦେଉଥିବା ଲକ୍ଷ କରାଯାଉଛି ।ଫଳରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ଵ ହିଁ ଏଥର ନିର୍ବାଚନରେ ନିର୍ଣ୍ଣାୟକ ହେବ ବୋଲି ଜଣାପଡୁଛି ।