-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ବିଜେଡି ସରକାରର ସ୍ବଚ୍ଛଶାସନ ଓ ଅବାଧ ମୁକ୍ତ ନିର୍ବାଚନର ନମୁନା  ! ।। ପୁଲିସ୍ ଲଗାଇ ଭୋଟ କିଣିବାକୁ ଟଙ୍କା ବାଣ୍ଟୁଥିଲେ ବିଧାୟକ  ?

16-Feb-2022



ବଲାଙ୍ଗୀର(ମଳୟମିଶ୍ରଙ୍କ ରିପୋର୍ଟ )  ଚଳିତତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଭୋଟଗ୍ରହଣର ପୂର୍ବରୁ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ପୁଲିସ୍ ଗାଡିରେ ପୁଲିସ୍ କର୍ମଚାରୀ ଓ ବିଧାୟକଙ୍କ ଲୋକ  ଭୋଟରଙ୍କୁ କିଣିବାକୁ ଟଙ୍କା ବାଣ୍ଟୁଥିବାର ଭିଡିଓ ଓ ଖବର ମିଡିଆରେ ଭାଇରାଲ୍ ହୋଇଛି । ଏଥିପାଇଁ ସେମାନେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କର ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଏହାସତ୍ତ୍ୱେ , ଏ ସମ୍ପର୍କରେ ଥାନାରେ ଅଭିଯୋଗ , ଏତଲା ବା  ନିର୍ବାଚନ ଅଧିକାରୀ ବନାମ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇନାହିଁ । ଅପରପକ୍ଷେ ସମ୍ପୃକ୍ତ ଅଭିଯୁକ୍ତପକ୍ଷ ବା ବିଧାୟକଙ୍କ  କିମ୍ବା ପ୍ରକାଶନ ପକ୍ଷରୁ ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଚାଞ୍ଚଲ୍ଯ ସୃଷ୍ଟି କରିଥିଲେ ହେଁ , ଏଯାବତ୍ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଗଣମାଧ୍ୟମରେ ପ୍ରକାଶିତ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ  , ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣର ଦିନକ ପୂର୍ବରୁ ଗତ ୧୫ ତାରିଖ ରାତିରେ ଲରମ୍ଭାଥାନା ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତର ପାଣ୍ଡେସରା ଗ୍ରାମରେ ପୁଲିସ୍ ପେଟ୍ରୋଲିଂଗାଡିରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ସମ୍ପର୍କୀୟ ଭାଇ ତଥା ନୋମିନୀ ସୁଜିତ ମେହେରଙ୍କୁ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାବେଳେ ଧରି ସ୍ଥାନୀୟଲୋକେ ଠେଲାପେଲା କରି ପ୍ରବଳ ବିରୋଧ ପ୍ରଦର୍ଶନ କରିଥିଲେ । 

ଏହାର ଦୁଇଦିନ ପୂର୍ବରୁ ମଧ୍ୟ ଭଇଁଷା ପଞ୍ଚାୟତ ଅନ୍ତର୍ଗତ ମସିଣାଛାପର ଗ୍ରାମରେ ବିଳୋଧୀଦଳର କର୍ମୀମାନେ ବିଧାୟକଙ୍କ ପିଏସଓ ଗିରୀଶ ବେହେରାଙ୍କୁ ଗାଡିରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ଏହାର କିଛିଦିନପୂର୍ବରୁ ଏହି ପୁଲିସ୍ କର୍ମଚାରୀ ଜଣକ ବିରୋଧରେ ମଧ୍ୟ ଶାଢୀବାଣ୍ଟିବାର ଅଭିଯୋଗ କରାଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ , ଉକ୍ତ ପିଏସଓଙ୍କ ଅବସରପ୍ରାପ୍ତ ଶିକ୍ଷକ ପିତା ଏହି ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀ ବୋଲି କୁହାଯାଉଛି ।

ତେବେ ପୂର୍ବରୁ ଗିରଫ ହୋଇ ଜେଲ୍ ଯାଇଥିବା ଏପରି ଜଣେ ଚର୍ଚ୍ଚିତ ବିବଦମାନ ବିଧାୟକଙ୍କର ବିରୋଧରେ ବାରମ୍ବାର ଏଭଳି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ଗୁରୁତର ଅଭିଯୋଗ ପ୍ରକାଶ ପାଇବାପରେ ନିର୍ବାଚନ କମିଶନଙ୍କ ତଦନ୍ତପୂର୍ବକ  କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କାହିଁକି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । ବଲାଙ୍ଗୀର ଜିଲ୍ଲାର ପ୍ରଥମ ପର୍ଯ୍ୟାୟର ପ୍ରଥମଦିନର ଭୋଟଗ୍ରହଣ ପୂର୍ବରୁ ଥରେ ନୁହେଁ , ଦୁଇ ଦୁଇଥର ସିଧା ପୁଲିସ୍ ଗାଡିରେ ପୁଲିସ୍ କର୍ମଚାରୀଙ୍କ ଜରିଆରେ ଏଭଳି ନିଆଁଗିଳା ଦୁଃସାହସ କାହା ଇଙ୍ଗିତରେ ହୋଇଛି ।  ଶ୍ରୀ ମେହେର ଜଣେ ଶାସକଦଳର ବିଧାୟକ ଭାବରେ ପୂର୍ବରୁ ମଧ୍ୟ ନିରଙ୍କୁଶ କ୍ଷମତାର ଅନୁପ୍ରୟୋଗ କରି ଦଣ୍ଡିତ ହୋଇଥିବା ସତ୍ତ୍ୱେ , ଶାସକ ବିଜେଡିଦଳର ତାଙ୍କ ମାଧ୍ୟମରେ ସିଧାସଳଖଭାବରେ ମୁକ୍ତ ଓ ଅବାଧ ଘୋଷଣା କରାଯାଇଥିବା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଚରଣବିଧିର ଏଭଳି ଉଲଙ୍ଘନ ତଥା ଆପରାଧିକ କାର୍ଯ୍ୟକଳାପର ନିର୍ବାଚନକମିଶନ ଓ ସରକାର କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ , ଦେଖିବାକୁ ବାକି ରହିଲା ବୋଲି ଲୋକେ ଆଲୋଚନା କରୁଛନ୍ତି । ଆହୁରିମଧ୍ୟ , କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରାଗଲେ , ଆଗାମୀକାଲିଠାରୁ ବାକିଥିବା ଆଉ ଚାରିପର୍ଯ୍ୟାୟର ଭୋଟଗ୍ରହଣରେ ସରକାରୀଦଳ ପ୍ରତିନିଧିଙ୍କର ଏହି ବେଆଇନକାମ ପ୍ରଭାବ ପକାଇବ କି ବୋଲି ଆଶଙ୍କା କରାଯାଉଛି ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like