-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
16-Feb-2022
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ହାଇସ୍କୁଲ ସ୍ଥିତ ହଷ୍ଟେଲ ପରିସରରୁ ଏକ ୫ଫୁଟର ଅଜଗର ସାପକୁ ବନବିଭାଗ ଉଦ୍ଧାର କରିଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ କିଛି ଲୋକ ହଷ୍ଟେଲ ପରିଶରରେ ଏକ ଆଜଗର ଥିବା ଦେଖି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଖବର ଦେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ନଲିନୀ କୁମ୍ଭାର ବନବିଭାଗକୁ ଖବର ଦେବା ପରେ ବନବିଭାଗ ସ୍କ୍ୱାଡଟିମର ଦୀପକ କର୍ଣ୍ଣ, କିଶାନ ମେହେର, ସିପୁନ ପାଣ୍ଡେ, ନିତିଆ କର୍ଣ୍ଣ ଓ ମନୋଜ କର୍ଣ୍ଣ ଘଟଣା ସ୍ଥଳରେ ପହଂଚି ଅଜଗରକୁ ଉଦ୍ଧାର କରି ନିକଟ ଜଙ୍ଗଲରେ ସୁରକ୍ଷୀତ ଭାବରେ ଛାଡି ଦେଇଥିଲେ ।