-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
15-Feb-2022
ବଲାଙ୍ଗିର (ପ୍ରେରଣା ଖବର) : ଆମ ଦେଶ ଭାରତ ପାଇଁ ବହୁତ ଦୁ8ଖର ଦିନ । ଗତ ୧୪ ଫେବୃଆରୀ ୨୦୧୯ ଦିନ ପୁଲୱାମା ଠାରେ ବୋମା ବିସ୍ପୋରଣରେ ୪୦ ଜବାନ ସହିଦ ହୋଇଯାଇଥିଲେ । ତାଙ୍କ ସ୍ମୃତିରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତ୍ରର୍ଗତ ଝାଙ୍କରପାଲି ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ବାରା ଝାଙ୍କରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖରେ ଆମ ଦେଶର ବୀର ସହିଦ ଜବାନଙ୍କ ଅମର ଆତ୍ମାର ସତଗଦି ନିମନ୍ତେ ନିରବ ପ୍ରାର୍ଥନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଏବଂ କ୍ଯାଣ୍ଡେଲ ମାର୍ଚ୍ଚ କରି ଝାଙ୍କରପାଲି ଗ୍ରାମ ପରିକ୍ରମା କରାଯାଇଥିଲା ।