-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଗ୍ନିଶମ ବିଭାଗ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମିଳିତ ଉଦ୍ୟମରେ ସୋମବାର ସଚେତନତା ସୃଷ୍ଟି ପାଇଁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ଲାମୁଣ୍ଡା ଅଗ୍ନିଶମ ବିଭାଗ ଅଫିସର ଇଂଚାର୍ଜ ଜଗଦୀଶ ମେହେର, ପ୍ରଣବ ନାଏକ, ,ଚିନ୍ମୟ ପାଳ, ବଳରାମ ମହାକୁର, ପ୍ରଶାନ୍ତ ପଧାନ,ତପନ ଛତ୍ରୀଆ ପ୍ରମୁଖ କର୍ମଚାରୀ ମାନେ ଯୋଗଦେଇ ସମ୍ଭାବ୍ୟ ବିପଦ କୁ କିଭଳି ମୁକାବଲା କରାଯାଇ ପାରିବ ସେ ଉପରେ ବିଭିନ୍ନ ପ୍ରକାରର କୌଶଳ ଗୁଡିକ ଶିଖେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ପାତ୍ର, ବିପିଏମ ଅଜିତ ସିଂ କୁମାର ,ବିଜୟ ସାହୁ ,ପ୍ରତାପ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।