-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ଉଠୁଛି ପଡ଼ୁଛି ଗାଁ। ଭୋଟରଙ୍କୁ ମନାଇବାକୁ ଭିନ୍ନ ଭିନ୍ନ ଢଙ୍ଗରେ ନେତା କରୁଛନ୍ତି ପ୍ରଚାର l ଘରକୁ ଘର ବୁଲି ପ୍ରାର୍ଥୀ ନିଜ ଚିହ୍ନ ର ପ୍ରଚାର କରୁଛନ୍ତି ଓ ଦେଉଛନ୍ତି ପୁଳା ପ୍ରତିଶୃତି l ସେପଟେ ଆସନ୍ତା ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆଜି ସନ୍ଧ୍ୟାରେ ଶେଷହେଉଛି ପ୍ରଚାର l ପ୍ରଚାର ଲାଗି ପ୍ରାର୍ଥୀ ହାତରେ ଆଉ ମାତ୍ର କିଛି ଘଣ୍ଟା ରହିଥିବା ରୁ ଜୋର ସୋରରେ ପ୍ରଚାର ଜାରିରଖିଛନ୍ତି ପ୍ରାର୍ଥ l ୫୭ ନଂ ଜୋନ ଜିଲ୍ଲାପରିଷଦ ର ବିଜେପି ପ୍ରାର୍ଥୀନୀ ବି. ରୋହିଣୀ ପତ୍ର ନିଜ ସମର୍ଥକଙ୍କୁ ନେଇ ତାକରଡ଼ା, କୃଷ୍ଣଛାଇ, ଅଲାରିଗଡ଼, କୁରୁଳା ସମେତ ଅନ୍ୟାନ୍ୟ ପଞ୍ଚାୟତ ରେ ବାଇକ ରାଲି କରି ଘରକୁ ଘର ବୁଲି ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହି ଭୋଟ ଭିକ୍ଷା କରିଥିଲେ l