-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
ଭୁବନେଶ୍ୱର: : ଭାଲେଣ୍ଟାଇନ୍ ରେ ଆମ ଟିଭି ମ୍ୟୁଜିକ ଦ୍ବାରା ରିଲିଜ ହେଲା ମ୍ୟୁଜିକ ଭିଡ଼ିଓ "ଛାଁ ଙ୍କୁ ଛାଁ ଓ ସାଥିରେ" l ଏହି ରିଲିଜ ସମୟରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରୋଟାରିୟନ ପ୍ରସନ୍ନ ଚୌଧୁରୀ, ପ୍ରଣୟ ଜେଠୀ , ଏସ.କେ ରାଜୁ , ତେଜେସ୍ବର ରାଓ , ନିର୍ଦ୍ଦେଶକ ବାବୁ ବାବୁ ଓ ଅଭିନେତ୍ରୀ ମାମୁନ୍ ଉପସ୍ଥିତ ରହି ପ୍ରଦୀପ ପ୍ରଜୋଳନ କରିଥିଲେ । ଏହାସହ ନିଜେ ନିଜର ବକ୍ତବ୍ୟ ରଖିବା ସହ ଆଗକୁ କେମିତି ଆମ ଟିଭି ମ୍ୟୁଜିକ ଦର୍ଶକ ମାନଙ୍କୁ ବିଭିନ୍ନ ପ୍ରକାର ମନୋରଞ୍ଜନ ଯୋଗାଇଦେବ ବୋଲି ନିର୍ଦ୍ଦେଶକ ବାବୁ ବାବୁ ଓ ପ୍ରଣୟ ଜେଠୀ କହିଥିଲେ । ତାହାସହ 'ଛାଁ ଙ୍କୁ ଛାଁ ଓ ସାଥିରେ' ଗୀତଟିରେ ପ୍ରେମାନନ୍ଦ ମ୍ୟୁଜିକ ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନୁରାଧା ପାଣିଗ୍ରାହୀ ।
ଏଥିସହ ଆମ ଟିଭି ମୁଭିଜ୍ ର ଆଉ ଏକ ମ୍ୟୁଜିକ ଭିଡିଓ ମଧ୍ୟ ରିଲିଜ୍ ହୋଇଛି "ଜହ୍ନ ଗୋଟେ ମିଠା ବିସ୍କୁଟ"।
ସୁନାମଧନ୍ୟ ଲେଖକ ଦେବଦାସ ଛୋଟରାୟଙ୍କ ରଚିତ ଓ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ମ୍ୟୁଜିକ ଭିଡିଓ ରେ କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ।
ଅଭିନୟ କରୁଛନ୍ତି ଅଭିନେତା ଅଭିଷେକ ଓ ଅଭିନେତ୍ରୀ ଜସ୍ମୀନ୍।
ନିର୍ଦ୍ଦେଶନା ଦେଇଛନ୍ତି ଚକ୍ଷୁ ବନ୍ଧନ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ ଓ ପ୍ରଯୋଜନା କରିଛନ୍ତି ପ୍ରଣୟ ଜେଠୀ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ l
ଗୋଟିଏ ଦିନରେ ଦୁଇ ଦୁଇଟି ଗୀତ ରିଲିଜ୍ କରିଛି ଆମଟିଭି ମ୍ୟୁଜିକ।