-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ହୀରାପୁର ଗାଁ ରେ ପିଲାଙ୍କ ଖେଲିବା ପାଇଁ ଭଲ ପଡିଆଟିଏ ନ ଥିଲା l ଚାଷ ଜମିକୁ ଖେଳପଡିଆ ଭାବେ ବ୍ୟବହାର କରି କାମ ଚଲେଇ ଆସୁଥିଲେ l ଦିର୍ଘଦିନରୁ ଗ୍ରାମବାସୀ ଖେଳପଡିଆ
ଖଣ୍ଡେ ପାଇଁ ପଂଚାୟତରୁ ବ୍ଳକ୍ ଓ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି ମାନଙ୍କୁ ଗୁହାରି କରି ନିରାଶ୍ ହୋଇ ସାରିଥିଲେ l ଶେଷରେ ଗାଁ ସ୍କୁଲ ପାଖରେ ଥିବା ଏକ ଅବଡା ଖବଡା ଜମିକୁ ନିଜ ଉଦ୍ୟମରେ ଏକ ସୁନ୍ଦର ଖେଲ ପଡିଆରେ ପରିଣତ କରି ଦେଖାଇଛନ୍ତି ହୀରାପୁର ଗ୍ରାମବାସୀ l ଏଥିପାଇଁ କୌଣସି ସରକାରୀ ସାହାଯ୍ୟ ପାଇଁ ହାତ ବଢେଇ ନାହାଁନ୍ତି ଗ୍ରାମର କିଛିବ୍ୟକ୍ତି ଜମିଦାନ କରିଥିବା ବେଲେ କେତେକ ଅର୍ଥ ଦାନ
କରିଛନ୍ତି ଆଉ କେତେକ ଶ୍ରମଦାନ କରିଥିବା କହିଛନ୍ତି ଏବେ ପଡିଆରେ ମାଟିକାମ କରି ସମତଲ କରାଯାଇଛି ଓ ଚାରିପଟେ ରହିଛି ରଙ୍ଗ ବିରଙ୍ଗର ସିମେଣ୍ଟ ଚୌକି l ତେବେ ଶନିବାର ଏହାର ଉଦଘାଟନ କରାଯାଇଛି ।ଏହି ପଡିଆ ପାଇଁ ବିଶେଷ ଅବଦାନ ଦେଇଥିବା ହିରାପୁର ଗ୍ରାମର ଟୁନୁ ସେଠ୍ ଓ ଶ୍ୟାମସୁନ୍ଦର ସେଠ୍ ଙ୍କ କରକମଳରେ l ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ଏହି ଅଂଚଳ ଲୋକେ ଖୁବ ପ୍ରଶଂସା କରିଛନ୍ତି l