-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
11-Feb-2022
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) : ନିଜ ସମ୍ପର୍କୀୟ ନାତି ଘରକୁ ବିବାହ ଭୋଜି ଘରକୁ ଯାଉଥିଲେ । ହେଲେ ରାସ୍ତାରେ ପିକଅପ ଗାଡି ଧକ୍କାରେ ଜୀବନ ଗଲା । ଏଭଲି ଏକ ଦୁଃଖଦ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁ ଛକ ଠାରେ । ଏକ ପିକଅପ ଗାଡି ଧକ୍କାରେ ଧାତୁକଜୁରୀ ଗାଁର ବୃଦ୍ଧ ଦୁର୍ଜନ ବାଗଙ୍କ ମୃତ୍ୟୁ ହୋଇଛି । ଦୁର୍ଜନ ଏକ ସାଇକେଲ ରେ ନିଜ ଘରୁ ଡ଼ଙ୍ଗାମରା ଗାଁର ସମ୍ପର୍କୀୟ ନାତିର ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ବିପରୀତ ଦିଗରୁ ଏକ ପିକଅପ ଗାଡ଼ି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଅଧିକ ରକ୍ତସ୍ରାବ ହେବା ଯୋଗୁ ବୃଦ୍ଧଙ୍କ ମୃତ୍ୟ ହୋଇଛି । ମୃତକଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଗାଡି ଡ୍ରାଇଭର କୁ ଗିରଫ ଦାବି କରି ଉତ୍ତେଜନା କରିଥିଲେ । କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ସର୍ଗିଗୁଡା ଗାଁରୁ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଥିଲା ।