-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
10-Feb-2022
ବଲାଙ୍ଗୀର (ମଳୟ ମିଶ୍ର ଙ୍କ ରିପୋର୍ଟ): ଦୀର୍ଘଦିନର ଦାବି ପାଟଣାଗଡ ଦେଇ ବଲାଙ୍ଗୀର - ନୂଆପଡା ( ବଲାଙ୍ଗୀର - ଲଖନା ) ନୂତନ ରେଳପଥ ନିର୍ମାଣର ସର୍ଭେ ସକାଶେ ରେଳବୋର୍ଡ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କୁ ଏକ ଚିଠି ଦେଇଥିବାକ୍ରମେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନବେଳେ ସେହି ସର୍ଭେଚିଠିକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହେଉଛି କି ବୋଲି କେତେକ ଲୋକ ପ୍ରଶ୍ନ ଉଠାଇଛନ୍ତି । ପ୍ରକାଶିତ ଖବର ଅନୁଯାୟୀ , ବିଜେପିର ବରିଷ୍ଠନେତା ତଥା ପାଟଣାଗଡର ପୂର୍ବତନ ବିଧାୟକ - ପୂର୍ବମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ତାଙ୍କ ପତ୍ନୀ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏହାକୁ ସୋସିଆଲ୍ ମିଡିଆରେ ଛାଡିଛନ୍ତି । ପରେ ଏହା ମଧ୍ୟ ଖବରକାଗଜରେ ପ୍ରକାଶ ପାଇଛି ।
ଅବଶ୍ୟ ଏହା ବଲାଙ୍ଗୀର ବା ପାଟଣାଗଡବାସୀଙ୍କ ପାଇଁ ଏକ ସୁଖବର । ତେବେ ଚଳିତ ବଜେଟରେ ନଥିବା ଏକ ସ୍ବଳ୍ପ ଅଣଅର୍ଜନର ଲିଙ୍କ୍ ରେଳପଥର ମାତ୍ର ସର୍ଭେଚିଠିକୁ ଆତ୍ମପ୍ରଚାରରେ ବ୍ୟବହାର କରାଯିବା , ତା' ପୁଣି ଠିକ୍ ନିର୍ବାଚନ ବେଳେ , କେତେଦୂର ଠିକ୍ ବୋଲି ଲୋକେ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଦୀର୍ଘଦିନଧରି ଖୋର୍ଦ୍ଧା- ବଲାଙ୍ଗୀର ନିର୍ମାଣାଧୀନ ରେଳପଥ କଚ୍ଛପଗତିରେ ଚାଲୁଥିବା ଓ ଏପଟୁ ମାତ୍ର ବେଛୁବାହାଲି ଯାଏ ଅଳ୍ପ କେଇକିମି ରେଳଚଳାଇଦେଇ ପ୍ରଧାନମନ୍ତ୍ରୀ ଉଦ୍ ଘାଟନ କରି ଚାଲିଯିବା , ଭୋଟ ରାଜନୀତିର କିଭଳି ସ୍ବରୂପ ବୋଲି ଚର୍ଚ୍ଚା ହେଉଛି । ଏଥିପ୍ରତି ସାଂସଦ ବା ନେତାମାନଙ୍କର କେତେ ଦରଦ ଓ ତତ୍ପରତା ରହିଛି ?