-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବାନ୍ଧୁପଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ତ୍ରୀ ମିଶି ଏଥର ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ ପୂର୍ବତନ ସରପଞ୍ଚ ଓ ଟିଟିଲାଗଡ଼ ବ୍ଲକ ର ବିଡିଓ ତଥା ଅନ୍ୟ କିଛି ସରକାରୀ କର୍ମଚାରୀ ପ୍ରାୟ ଦେଢ଼ ବର୍ଷ ଧରି ଜାଲ କାଗଜପତ୍ର ଜରିଆରେ ଲକ୍ଷ, ଲକ୍ଷ ଟଙ୍କା ହଡପ ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବା ବେଳେ ପୂର୍ବରୁ ସୂଚନା ଓ ଏହି ଟଙ୍କା କାରବାର ନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛନ୍ତି । ସରକାରୀ ଭାବେ ବିଭିନ୍ନ ଯୋଜନା ରେ ନିୟୋଜିତ ଶ୍ରମିକ ଙ୍କୁ ମଧ୍ୟ ପ୍ରାୟ ଦୁଇ ବର୍ଷ ହେଲା ମଜୁରୀ ଟଙ୍କା ମିଳିପାରି ନ
ଥିବା କହି ସକାଳୁ ସାନ୍ଧ୍ୟ ୬ ଟା ପର୍ଯ୍ୟନ୍ତ ଧାରଣାରେ ବସିଥିବା ଓ ୭୨ ଘଣ୍ଟା ଭିତରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତବେ ଆମରଣ ଅନଶନ ସହ ନିର୍ବାଚନ ବର୍ଜନ କରିବାକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅନେକ ଗରିବ ଦିନ ମଜୁରିଆ, ବିଭିନ୍ନ ସଙ୍ଗଠନ ତଥା ମହିଳା ଗୋଷ୍ଠୀ ଙ୍କ ର ବର୍ଷବର୍ଷ ଧରି ଆବେଦନ, ନିବେଦନ କରି ହଇରାଣ ହୋଇ ଶେଷରେ ଏପରି ପଦକ୍ଷେପ ନିମନ୍ତେ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେହିପରି କାଗଜପତ୍ର ରେ ୨,୫୦ ହଜାର ଟଙ୍କା ର ଏକ ଗେଟ ଲାଗେଇଥିବା ଦର୍ଶାଇ ଆଜି ସୁଦ୍ଧା ଉକ୍ତ ରାଶି ବିନା ଗେଟ ରେ ହଡପ କରାଯାଇଛି ବୋଲି କହିବା ସହ ଏଭଳି ଅନେକ ଦୁର୍ନୀତି ନେଇ ତଦନ୍ତ ଦାବି କରିଛନ୍ତି ।