-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗିର ଜିଲ୍ଲାରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଗତକାଲି ଥିଲା ଅନ୍ତିମ ଦିବସ l ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ସମସ୍ତ ପଞ୍ଚାୟତ, ବ୍ଲକ ମୁଖ୍ୟାଳୟରେ ରାଜନୈତିକ ବ୍ୟକ୍ତି ବିଶେଷ ସମସ୍ତ ଦଳୀୟ ଓ ନିର୍ଦଳୀୟ ପ୍ରାର୍ଥୀ, କର୍ମୀ ଓ କାର୍ଯ୍ୟକର୍ତ୍ତା ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା l କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ପାଳନ ପୂର୍ବକ ସମସ୍ତ ପାର୍ଥୀ ନିଜ ନିଜ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସୁଥିବା ଦେଖିବାକୁ ମିଳିଥିଲା l ଏହିକ୍ରମେ ଲୋଇସିଂହା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜୁ ଜନତା ଦଳ ନେତା ଶ୍ରୀଯୁକ୍ତ ରିଷି କୁମାର ଅଗ୍ରୱାଲଙ୍କ ପୁତ୍ର ଶ୍ରୀଯୁକ୍ତ ନିତେଶ ଅଗ୍ରୱାଲ ହୀରାପୁର ପଂଚାୟତରୁ ସମିତିସଭ୍ୟ ପଦବୀ ସକାଶେ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି l ଆଗକୁ ଦେଖିବାକୁ ରହିଲା କିଏ କିଏ ଏହି ରଣକ୍ଷେତ୍ରରେ ଉତ୍ତୀର୍ଣ୍ଣ ହୋଇ ନିଜର ରାଜନୈତିକ ଭବିଷ୍ୟତକୁ ଉଜ୍ବଳ କରିବେ l