-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ସିଣ୍ଢୋଲ ନିକଟ ଅମାତନାଲ ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମାନସିକ ବିକୃତ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଦିର୍ଘଦିନ ହେବା ଯୁବକ ଜଣକ ସିଣ୍ଢୋଲ କଲେଜ ନିକଟରେ ରହି ଆସୁଥିଲେ । ଆଜି ସକାଲ ସମୟରେ ଅମାତନାଲ ଠାରେ ବୁଲାବୁଲି କରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କାଦେଇ ଫେରାର ମାରିଥିଲା । ଫଳରେ ସେ ଛିଟିକି ପଡିଥିଲେ । ଖବର ପାଇ ସିଣ୍ଢୋଲ ଗ୍ରାମର ସଞ୍ଜୟ ପଟ୍ଟାନଏକ ଏବଂ ଲକ୍ଷ୍ମଣ ଦାନୀ ଘଟଣା ସ୍ଥଲରେ ପହଂଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିନିକା ଦାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ସଞ୍ଜୟ ଏବଂ ଲକ୍ଷ୍ମଣଙ୍କ ଏପରି ଏକ ମହତ କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।
ସୋନପୁର ମହାନଦୀ ପୋଲରେ ମର୍ମନ୍ତୁଦ ଶଡକ ଦୁର୍ଘଟଣା