-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ପାଇକମାଲ,(ପ୍ରେରଣା ଖବର) : ବରଗଡ ଜିଲ୍ଲା ପାଇକମାଲ ର ଛାତ୍ରୀ ଡା ମୈତ୍ରୀ ପୁରୋହିତ ବେଙ୍ଗୁରୁଲୁ କର୍ନାଟକ ସ୍ଥିତ ରାଜୀବ ଗାନ୍ଧୀ ସ୍ବାସ୍ଥ୍ଯ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ଯରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଅଧିନରେ ଥିବା ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହା ବିଦ୍ୟାଳୟରୁ ବିଏଏମଏସ ରେ କୃତିତ୍ବର ସହ ଉତ୍ତିର୍ଣ୍ଣ ହୋଇ ସର୍ବ ଭାରତୀୟ ସ୍ତରରେ ଏଆଇପିଜିଇଟି ରେ କୃତକାର୍ଯ୍ୟ ହୋଇ କର୍ଣ୍ଣାଟକ ରାଜ୍ୟର ହାସନ ସ୍ଥିତ ଏସଡିଏମ କଲେଜ ରେ ୨୦୧୮ ମସିହାରେ କୌମାର ଭୃତ୍ଯ ଓ ବାଳ ରୋଗ ( ଏମଡି ) ବିଭାଗ ରେ ଯୋଗଦେଇ ଥିଲେ ଓ ତିନି ବର୍ଷ କାଳ ଅଧ୍ୟୟନ କରି କୃତିତ୍ବ ର ସହ ରାଜୀବ ଗାନ୍ଧୀ ସ୍ବାସ୍ଥ୍ଯ ବିଜ୍ଞାନ ବିଶ୍ବ ବିଦ୍ୟାଳୟ ବେଙ୍ଗୁରୁଲୁ ରୁ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ଯରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଡା ମୈତ୍ରୀ ପୁରୋହିତ ସ୍ବର୍ଗତ ରାଧେଶ୍ୟାମ ପୁରୋହିତଙ୍କ ନାତୁଣୀ ଏବଂ ବରଗଡ ସ୍ଥିତ ଡା ସ୍ବାଧୀନ ଶର୍ମା ଓ ଭାରତୀ ମିଶ୍ରଙ୍କ ବୋହୁ ଅଟନ୍ତି । ଡା ମୈତ୍ରୀ ପୁରୋହିତଙ୍କ ଏହି କୃତିତ୍ବ ପାଇଁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।