-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ସୁବର୍ଣ୍ଣପୁର//ଚଳିତ ତ୍ରୀ ସ୍ତରୀୟ ପଞ୍ଚାୟତ ସଂସ୍ଥାର ସାଧାରଣ ନିର୍ବାଚନ -୨୦୨୨ ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ତା ୧୬.୦୨.୨୦୨୨ ଠାରୁ ତା ୨୪.୦୨.୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ l ନିର୍ବାଚନକୁ ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ତଥା କୋଭିଡ କଟକଣା ପାଳନ ପୂର୍ବକ ପରିଚାଳନା କରିବା ନିମନ୍ତେ ଜିଲ୍ଲl ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ତା ନିଆଯାଉଛି l ସମସ୍ତ ରାଜନୈତିକ ଦଳ, ନିୟୋଜିତ କର୍ମଚାରୀ ଓ ନାଗରିକ ନିର୍ବାଚନ ଆଦର୍ଶ ଆଚାର ସଂହିତାର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି l
ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ନିର୍ବାଚନ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପାଳ ଉପସ୍ଥିତ ରାଜନୈତିକ ଦଳ ପ୍ରତିନିଧି ଙ୍କୁ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ସାଧାରଣ ନିର୍ବାଚନ କୁ ବ୍ୟବସ୍ଥିତ ଭାବେ ପରିଚାଳନାରେ ରେ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି l ବୈଠକରେ ଜିଲ୍ଳା ନିମନ୍ତେ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଶ୍ୱଜିତ ବିଶ୍ୱାଳ, ସ୍ୱତନ୍ତ୍ର ସଚିବ, ଜଳ ସମ୍ପଦ ବିଭାଗ, ଓଡିଶା, ସମସ୍ତ ଦଳର ସହଯୋଗରେ ଶାନ୍ତି ଶୃଙ୍ଖଳା, ଅବାଧ, ଓ କୋଭିଡ କଟକଣାର ସମ୍ପୂର୍ଣ ଅନୁପାଳନ ପୂର୍ବକ ପଞ୍ଚାୟତ ନିର୍ବାଚନ କୁ ପରିଚାଳନା ପାଇଁ ସମସ୍ତ ଦଳଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି l ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ବୈଠକ ର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅମୁଲ୍ୟ କୁମାର ନନ୍ଦ, ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀ /ପ୍ରାର୍ଥୀନୀ ର ଦାୟିତ୍ୱ, କର୍ତବ୍ୟ ତଥା ଆଚାର ସଂହିତା ପାଳନ ଉପରେ ପୁଙ୍ଖାନୁପୁଙ୍ଖ ଉପସ୍ଥାପନା କରିଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲପାଳ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ,, ଏସ ଡି ପି ଓ, ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ ଭାରତୀୟ ଜାତୀୟ କଂଗ୍ରେସ ର ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ବିଜୁ ଜନତା ଦଳ ର ଜିଲ୍ଲା ଉପସଭାପତି କଇଁରୁ ସ୍ୱାଇଁ, ଏବଂ ଭାରତୀୟ ଜନତା ପାର୍ଟି ର ଜିଲ୍ଳା ସଭାପତି ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l