-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ନୂଆପଡ଼ା: ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଳକରେ ଯାଉଥିବା ଗଣ୍ଡାମେର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଜଣେ ଅନ୍ଧ ଶ୍ରୀମାନ ଶାନ୍ତିଲାଲ ଶବର ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ୪୦ବର୍ଷିୟ ଶ୍ରୀମାନ ଶବରଙ୍କ ଘର ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଦାବ୍ରି ଗ୍ରାମରେ ବୋଲି ଜଣାପଡିଛି l ୨୦୦୭ ମସିହାରେ ମଧ୍ୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ l ହେଲେ ତାଙ୍କୁ ସେ ସମୟରେ ଭାଗ୍ୟ ତାଙ୍କୁ ସାଥ ଦେଇନଥିଲେ ମଧ୍ୟ ସେ ଭାଙ୍ଗି ପଡିନାହାନ୍ତି l ସେ ଏ ତ୍ରିସ୍ତରୀୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଆଗ୍ରହ ପ୍ରକାଶ କରି ପୁଣି ଥରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଗଣ୍ଡାମେର ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ସମସ୍ତ ଗ୍ରାମମାନଙ୍କରେ ଥିବା ଅନେକ ଗୁଡ଼ିଏ ମୈାଳିକ ସମସ୍ୟାକୁ ସମାଧାନ କରିବାକୁ ମୁଁ ପ୍ରାଣପଣେ ଚେଷ୍ଟା ଜାରି ରଖିବି ବୋଲି ଶ୍ରୀ ଶବର ମତବ୍ୟକ୍ତ କରିଛନ୍ତି lଶେଷରେ ଗ୍ରାମପଞ୍ଚାୟତର ଅଗଣିତ ଭୋଟର ଭାଇଭଉଣୀ, ଗୁରୁଜନ ତଥା ସାଙ୍ଗ ସାଥିଙ୍କ a ଆଶୀର୍ବାଦ ଅପେକ୍ଷା....। କୃଷକ ମାନଙ୍କ ଉପାର୍ଜିତ ଶସ୍ୟ ଏବଂ ବିକ୍ରି ଉପରେ ଗୁରୁତ୍ବ ହେବ ପ୍ରଥମ ପ୍ରାଧାନ୍ୟ,ସ୍କିଲ୍ ଡେଭଲପମେଣ୍ଟ, ଗ୍ରାମପଞ୍ଚାୟତ ଅଧିନରେ ଥିବା ଗ୍ରାମ ମାନଙ୍କୁ ରାଜସ୍ୱ ଗ୍ରାମରେ ପରିଣତ କରିବା, ଶିକ୍ଷିତ ଗ୍ରାଜୁଏଟ ମାନଙ୍କୁ ବିଭିନ୍ନ ତାଲିମ ଦେଇ ସ୍ୱାବଲମ୍ବୀ କରିବା ତାଙ୍କ ଇସ୍ତାହାର ରେ କୁହାଯାଇଛି lସେ ନିଜସ୍ଵ ଉଦ୍ୟମ ରେ ୨୦୧୨ ମସିହାରେ ସାମର୍ଥ ନାମ ରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢି ଲୋକଙ୍କ ପ୍ରିୟପାତ୍ର ହୋଇଥିବା ବେଳେ ଆମ ପ୍ରତିନିଧି ଙ୍କ କେତେକ ପ୍ରଶ୍ନ ର ଉତ୍ତର ରେ ସେ କହନ୍ତି-ଅନ୍ଧ ହୋଇ ଯଦି ଜଣେ ଆଇଏଏସ ପାଇ ପାରୁଛନ୍ତି ତେବେ ମୁଁ ସରପଞ୍ଚ ହୋଇ କଣ ଲୋକଙ୍କ ସେବା କରି ପାରିବି ନି ? ନିଶ୍ଚିତ ପାରିବି ।ମୋତେ ମୋର ଗ୍ରାମପଞ୍ଚାୟତବାସୀଙ୍କ ଉପରେ ସମସ୍ତ ପ୍ରକାର ବିଶ୍ବାସ ରହିଛି ଏବଂ ସେମାନଙ୍କ ଦୃଢ଼ ସମର୍ଥନ ମଧ୍ୟ ରହିଛି lତାଙ୍କ ସମର୍ଥନ ଏବଂ ଆଶ୍ରିର୍ବାଦ କୁ ପାଥେୟ କରି ମୁଁ ନିଶ୍ଚିତ ବିଜୟ ଲାଭ କରିବି ବୋଲି ଆଶା ଓ ବିଶ୍ବାସ ମୋର ଅଛି ବୋଲି ମତବ୍ୟକ୍ତ କରିଛନ୍ତି lହେଲେ ଦୁଃଖ ବିଷୟ ଏହିକି ଶ୍ରୀ ଶବର ଓଡ଼ିଆରେ ଦିପଦ ଲେଖିପାରିଲେ ନାହିଁ କାରଣ ସେ ଜଣେ ଅନ୍ଧ lଗତକଲି ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ କିନ୍ତୁ ଆଜି ତାଙ୍କ ନାମାଙ୍କନ ପତ୍ର ରିଜେକ୍ଟ ହୋଇଯାଇଛି ବୋଲି ସ୍କୃଟୁନି ଅଫିସର ନଳିନୀ ମିଶ୍ର ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି l