-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ସମାଜ ବିରୋଧୀ କାମ ମହଙ୍ଗା ପଡ଼ିଲା...   ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ତଥାଆଦିବାସୀ ନେତା ଭାନୁପ୍ରତାପ ସିଂମାଝି ଜାତିରୁ ବାସନ୍ଦ ସଂଘ ରୁ ବହିସ୍କାର

22-Jan-2022



ନୂଆପଡା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜ଼ିଲ୍ଲା ସଭାପତି ଭାନୁପ୍ରତାପ ସିଂମାଝି କୁ ଆଦିବାସୀ ସଂଘ ରୁ ବହିଷ୍କାର କରାଯାଇଛି l ଶ୍ରୀ ସିଂମାଝି ଆଦିବାସୀ ସମାଜର ନୀତିନିୟମ ଗୁଡିକୁ ଉଲଂଘନ କରିବା ସହିତ ଆଦିବାସୀ ସଂଘ ର ନିଷ୍ପତ୍ତି କୁ କାର୍ଯ୍ୟନିର୍ବାହ କରିବାରେ ଅସମର୍ଥ ହେବାରୁ ତାଙ୍କୁ ସଂଘ ରୁ ସର୍ବସମ୍ମତି କ୍ରମେ ବହିଷ୍କାର କରାଯାଇଛି l ଏହା ସହିତ ଗଣ୍ଡ ଆଦିବାସୀ ସମାଜ ରୁ  ଶ୍ରୀ ସିଂମାଝି କୁ ବାସନ୍ଦ ଘୋଷଣା କରାଯାଇଛି l କୌଣସି ଆଦିବାସୀ ଶ୍ରୀ ମାଝି କୁ ସାମାଜିକ,ରାଜନୈତିକ, ସଂଘୀୟ କାର୍ଯ୍ୟକଳାପ ରେ ସାହାଯ୍ୟ ସହଯୋଗ ସମର୍ଥନ କରିବେ ନାହିଁ ବୋଲି ଆଦିବାସୀ ଭବନ ଠାରେ ସଂଘ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଅଭିଯୋଗ ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ଏବଂ ବ୍ଲକ ଅଧ୍ୟକ୍ଷ ଆସନ ଗୁଡିକ ରେ ଓଡିଶା ସରକାର ସଂରକ୍ଷଣ ଉଚ୍ଛେଦ କରିଛନ୍ତି l ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଅଧିକାର ରୁ ଆଦିବାସୀ ମାନେ ବଞ୍ଚିତ ହେବାରୁ ରାଜ୍ୟବ୍ୟାପୀ ଅସନ୍ତୋଷ ପ୍ରକାଶ ହୋଇଛି l  ସଂରକ୍ଷଣ ଲାଗୁ କରିବା ଦାବିରେ ଆଦିବାସୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି l ଆଦିବାସୀ କୋଟା କାଟିବା ପାଇଁ ଭାରତୀୟ ସମ୍ବିଧାନ ରେ ଵିଧି ପୂର୍ବକ ସଂଶୋଧନ ହୋଇନାହିଁ କିମ୍ବା ଓଡିଶା ଗ୍ରାମ ପଞ୍ଚାୟତ ଆଇନ ପରିବର୍ତ୍ତନ, ସଂଶୋଧନ ହୋଇନାହିଁ,ସେହିପରି ,ଓଡିଶା ପଞ୍ଚାୟତ ସମିତି ଆଇନ,ରେ କୌଣସି ସଂଶୋଧନ କରାଯାଇନାହିଁ l ସମସ୍ତ ଆଇନ କାନୁନ ନିତୀ ନିୟମ ଵିଧି ବ୍ୟବସ୍ଥା ଆଦିବାସୀ ମାନଙ୍କ ସପକ୍ଷରେ ଅଛି l ସମସ୍ତ ଆଇନ ଅପରିବର୍ତ୍ତିତ ଥିବା ବେଲେ ହଠାତ ଓଡିଶା ସରକାର ଆଦିବାସୀ କୋଟା କାଟିବା ଘଟଣା ଆଦିବାସୀ ସମାଜରେ ବିପ୍ଳବ ସୃଷ୍ଟି ହୋଇଛି l ଦୀର୍ଘ ପଞ୍ଚସ୍ତର ବର୍ଷ ର ପ୍ରଚଳିତ ସାମ୍ବିଧାନିକ ଵିଧି ବ୍ୟବସ୍ଥା,ଆଇନ କାନୁନ,ନୀତିନିୟମ ଗୁଡିକୁ ସରକାର ଉଲଂଘନ କରି ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ କରି ଆଦିବାସୀ ସଂଘ ଉଚ୍ଚନ୍ୟାୟାଳୟ ରେ ମାମଲା ଦାୟର କରିଛି l  ପଂଚାୟତ ନିର୍ବାଚନ ରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବିରେ ଜାନୁଆରୀ 3 ରେ ଜ଼ିଲ୍ଲା ର ଦଶ ହଜାର ରୁ ଉର୍ଦ୍ଧ ଆଦିବାସୀ ନୂଆପଡା ଜ଼ିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରି ବିକ୍ଷୋଭ କରିଥିଲେ l ସଂରକ୍ଷଣ ସୁରକ୍ଷା ଜିଦରେ ଆଦିବାସୀ ମାନେ ନୂଆପଡା ଜ଼ିଲ୍ଲା ର ପଂଚାୟତ କାର୍ଯ୍ୟାଳୟ ଗୁଡିକୁ ତାଲା ପକାଇ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ l ଶ୍ରୀ ସିଂମାଝି ବଲାଙ୍ଗିର ଜ଼ିଲ୍ଲା ର ବିକ୍ଷୋଭ ସଭାରେ,ବ୍ଲକ ସ୍ତରୀୟ ଶୋଭାଯାତ୍ରା ଆନ୍ଦୋଳନ ରେ ଯୋଗ ଦେଇ ସରକାର ଙ୍କ ଆଦିବାସୀ ବିରୋଧୀ ନିତୀ କୁ କଟୁ ସମାଲୋଚନା କରିଥିଲେ lସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଆଦିବାସୀ ଆନ୍ଦୋଳନ ତୀବ୍ରତର ହେଉଥିବା ବେଲେ ସଂଘ ର ନିଷ୍ପତ୍ତି ବିରୁଦ୍ଧରେ ଶ୍ରୀ ସିଂ ମାଝି ପଂଚାୟତ ନିର୍ବାଚନ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ l ପ୍ରଥମେ ଜାତି ସ୍ୱାର୍ଥ ତାପରେ ପାର୍ଟି ନାରା ଦେଉଥିବା ଆଦିବାସୀ ନେତା ସିଂ ମାଝି ପ୍ରଥମେ ପାର୍ଟି ସ୍ୱାର୍ଥ କୁ ଉର୍ଦ୍ଧ ରେ ରଖି  ଆଦିବାସୀ ସମାଜର ସାମୁହିକ ସ୍ୱାର୍ଥ ସୁରକ୍ଷା କୁ ଭୁଲିଗଲେ ବୋଲି ଆଦିବାସୀ ସଂଘ ଅସନ୍ତୋଷ ପ୍ରକାଶ କରିଛି l ସମଗ୍ର ଆଦିବାସୀ ସମାଜ ର ସାମୁହିକ ସ୍ୱାର୍ଥ  କୁ ଜଳାଞ୍ଜଳି ଦେଇ ନିଜ ସ୍ୱାର୍ଥ ସାଧନ ରେ ଶ୍ରୀ ସିଂ ମାଝି ଲିପ୍ତ ରହିବାରୁ ତାଙ୍କୁ କୌଣସି ଆଦିବାସୀ ଭୋଟ ନ ଦେବାକୁ ଘୋଷଣା କରାଯାଇଛି ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି l ଭାନୁପ୍ରତାପ ସିଂ ମାଝି ଙ୍କୁ ସଂଘ ରୁ ବହିଷ୍କାର କରିବା ସହିତ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପ ସଭାପତି ପଦବୀ ରୁ ମଧ୍ୟ ବହିଷ୍କାର କରାଯାଇଛି l ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବରିଷ୍ଠ ନେତା ଖାମସିଂ ମାଝି ଙ୍କୁ ସଭାପତି କାର୍ଯ୍ୟ ତୁଲାଇବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି l
 ପ୍ରେସ ବିବୃତ୍ତି ରେ ସଂଘ ର ନୂତନ ସଭାପତି ଖାମସିଂ ମାଝି, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର,ଉପ ସଭାପତି ଯୋଗେନ୍ଦ୍ର ଭୋଇ,ଉଷ୍ମନ ମୁଣ୍ଡା,ଶ୍ରୀମତୀ ବନଳତା ମାଝି ପ୍ରମୁଖ ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like