-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ଲୋଇସିଂହା(ବିନୋଦ ଦୀପ): ଚଳିତ ଥର ଲୋଇସିଂହା ବ୍ଳକ ବୁର୍ଡ। ଗ୍ରାମ ପଂଚାୟତର ସରପଞ୍ଚ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି l ଆଉ ଏହି ପଦବୀ ସକାଶେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରେବତୀକାନ୍ତ ସାହୁ l ସରକାରୀ ଚାକିରୀରେ ଥାଇ ସମାଜସେବାକୁ ବ୍ରତୀ କରିଥିବା ଶ୍ରୀ ସାହୁ ଅବସର ନେବା ପରେ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି l ବୁର୍ଡ। ପଞ୍ଚାୟତକୁ ସର୍ବାଙ୍ଗ ସୁନ୍ଦର କରି ଗଢିବା ସହିତ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଠନ କରିବା ଦିଗରେ ଲୋକଙ୍କ ସହଯୋଗ କାମନା କରି ତାଙ୍କୁ ନିର୍ବାଚନରେ ବିଜୟୀ କରାଇବାକୁ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି l