-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
କର୍ଲାମୁଣ୍ଡା- (ପ୍ରଦୀପ କୁମାର ସାହୁ): ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ଆଜି ଶେଷ ଦିବସରେ ସର୍ବମୋଟ ୧୨୭ ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୯୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ସେହିପରି ସମିତିସଭ୍ୟ ପାଇଁ ଆଜି ୧୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ଆଜି ସରପଞ୍ଚ ପାଇଁ ୧୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଆଜିକୁ ମିଶାଇ ସରପଞ୍ଚ ପାଇଁ ୫୧ ଜଣ,ୱାର୍ଡମେମ୍ବର ପାଇଁ ୨୫୨ ଜଣ ଓ ସମିତି ସଭ୍ୟ ପାଇଁ ୫୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।