-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ବରଗଡ:-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ନିର୍ବାଚନୀ ଉଷ୍ଣତା ଦେଖିବାକୁ ମିଳିଛି । ଏହି କ୍ରମରେ ସରପଞ୍ଚ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ୟ୍ଯନ୍ତ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଶୁକ୍ରବାର ଦିନ ଯୋଖିପାଲି ୱାର୍ଡ ନଂ ୨ ରୁ ୱାର୍ଡ ମେମ୍ବର ଭାବେ ସମାଜସେବୀ ଅଶ୍ୱିନୀ କୁମାର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ତାଙ୍କୁ ନେଇ ଗାଁରେ ଚର୍ଚ୍ଚା ଚାଲିଛି କାରଣ ସେ ନିର୍ବାଚନ ମଇଦାନକୁ ଓଲ୍ହାଇବା ପୂର୍ବରୁ ଗାଁର ତଥା ଆଖପାଖ ଅଞ୍ଚଳର ଅନେକ ଅସହାୟ ଲୋକଙ୍କୁ ସହାୟତା କରି ସାରିଛନ୍ତି ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।ନିକଟ ଅତୀତରେ ତାଙ୍କୁ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପୁରସ୍କୃତ କରିଥିଲେ l
ସାଧାରଣତଃ ସରପଞ୍ଚ ପ୍ରାର୍ଥୀ ନିମନ୍ତେ ଲୋକେ ଆଗ୍ରହୀ ଥିବା ବେଳେ କାହିଁକି ଆପଣ ୱାର୍ଡ ମେମ୍ବର ପ୍ରାର୍ଥୀ ହେଲେ ବୋଲି ଆମ ପ୍ରତିନିଧି ପ୍ରଶ୍ନ କରିବା ପରେ ସେ କହିଲେ ଯେ ୱାର୍ଡ ମେମ୍ବର ମଧ୍ୟ ଏକ ମର୍ଯ୍ୟାଦାଜନକ ପଦ ଜଣେ ୱାର୍ଡ ମେମ୍ବର ଚାହିଁଲେ ମଧ୍ୟ ନିଜ ପଡା ର ଉନ୍ନତି ପାଇଁ ବହୁତ କିଛି କାମ କରିପାରିବେ ବୋଲି ଅଶ୍ୱିନୀ କହିଛନ୍ତି । ସେ ୱାର୍ଡ ମେମ୍ବର ରେ ବିଜୟୀ ହେଲେ ୱାର୍ଡ ନଂ ୨ ର ଅନେକ ଦିନର ମୌଳିକ ସମସ୍ୟା ଗୁଡିକର ସମାଧାନ ପାଇଁ ସ୍ୱର ଉତ୍ତୋଳନ କରିବେ ବୋଲି କହି ଭୋଟ ଭିକ୍ଷା କରିଛନ୍ତି