-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ରେଢାଖୋଲ, ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଓ ନାକଟିଦେଉଳ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅନ୍ତିମ ଦିବସରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ରେଢାଖୋଲ ବ୍ଲକର ୧୪ ପଞ୍ଚାୟତ ମଧ୍ୟରୁ ଏହାର ଶେଷ ରେଢାଖୋଲ ବ୍ଲକ ରୁ ୧୩୬ ଜଣ ୱାର୍ଡ ମେମ୍ବର ଅର୍ଥାତ ମୋଟ ୩୩୬ ଜଣ ୱାର୍ଡ ମେମ୍ବର, ୫୫ଜଣ ସରପଞ୍ଚ ଅର୍ଥାତ ମୋଟ ୭୨ ଜଣ ସରପଞ୍ଚ ଓ ୧୦ ଜଣ ସମିତି ସଭ୍ୟ ଅର୍ଥାତ ମୋଟ ୪୧ ଜଣ। ହେଲେ ୫ଦିନରେ ସର୍ବମୋଟ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ମିଶି ରେଢାଖୋଲ ବ୍ଲକ ରୁ ସର୍ବମୋଟ ୪୪୯ ଜଣ ସେମାନେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିପରି ନାକଟିଦେଉଳ ବ୍ଲକ ରୁ ଶେଷ ଦିନରେ ୧୫୨ ଜଣ ୱାର୍ଡ ମେମ୍ବର ଅର୍ଥାତ ୫ ଦିନରେ ମୋଟ ୩୬୬ ଜଣ, ୨୮ ଜଣ ସରପଞ୍ଚ ଅର୍ଥାତ ମୋଟ ୫୭ ଜଣ ଓ୪୧ ଜଣ ସମିତି ସଭ୍ୟ ଅର୍ଥାତ ମୋଟ ୬୬ ଜଣ ପ୍ରାର୍ଥୀ ସେମାନେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।୫ ଦିନରେ ସର୍ବମୋଟ ୩୬୬ ଜଣ ୱାର୍ଡ ମେମ୍ବର ,୫୭ ଜଣ ସରପଞ୍ଚ ଓ ୬୬ ଜଣ ସମିତି ସଭ୍ୟ ସେମାନେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ରେଢାଖୋଲ ଓ ନାକଟିଦେଉଳ ବ୍ଲକ ଅଞ୍ଚଳରେ ପ୍ରାର୍ଥୀ ପତ୍ର ଦାଖଲ କରିବାର ଅନ୍ତିମ ଚରଣରେ ରାଜନୈତିକ ଉଷ୍ମତା ବେଶ ବୃଦ୍ଧି ପାଇବାର ପରିଲକ୍ଷିତ ହୋଇଛି।