-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ରେ ହେବାକୁ ଥିବା ତ୍ରୀସ୍ତରୀୟ ନିର୍ବାଚନ ସକାଶେ ଦିର୍ଘ ୨ ମାସ ରୁ ଉର୍ଦ୍ଧ ହେବ ସରପଞ୍ଚ ପ୍ରାର୍ଥୀ ଦାବିଦାର ପାଇଁ ଅନେକ କଳ୍ପନା ଜଳ୍ପନା ଲାଗିରହିଥିଲା l ଆଜି ଶେଷ ଦିବସ ରେ ତାର ସମାପ୍ତ ଘଟିଛି lସମୁଦାୟ ୪ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି l ନାମାଙ୍କନ ତାରିଖ ର ଦ୍ୱିତୀୟ ଦିବସ ରେ ପ୍ରଥମ କରି ଶ୍ରୀମତୀ ରୀତା ବାରିକ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ,ଶେଷ ଦିବସ ତା ୨୧.୦୧.୨୦୨୨ରିଖ ଶୁକ୍ରବାର ଦିନ ଶ୍ରୀମତୀ ସେବତୀ ବାରିକ, ଶ୍ରୀମତୀ ନଳିନୀ ବେହେରା, ଶ୍ରୀମତୀ ଅନିତା ଭୋଇ ତିନି ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମୁଦାୟ ସରପଞ୍ଚ ପ୍ରାର୍ଥୀ ପାଇଁ ୪ ଜଣ ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବା ସ୍ଥଳେ ୱାର୍ଡ ମେମ୍ବର ପଦବୀ ସକାଶେ ସମୁଦାୟ ୧୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବୋଲି ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ର ଦାୟିତ୍ଵ ଥିବା ଇ.ଆର.ଓ ଶ୍ରୀମାନ ସତ୍ୟବ୍ରତ ମାଝୀ ଙ୍କ ଠାରୁ ସୂଚନା ମିଳିଛି l ଏହି ଗ୍ରାମପଞ୍ଚାୟତ ରେ ହାତୀ କାହା ମୁଣ୍ଡ ରେ କଳସ ଢାଳିବ ଏବଂ ଲୋକେ ନୂଆ ସରପଞ୍ଚ ପ୍ରାର୍ଥୀନୀ ଟିଏ ପାଇପାରିବେ ତାହା ଦେଖିବାକୁ ବାକି ରହିଲା ।