-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ଲୋଇସିଂହା/ଆଗଲପୁର, ଆଗଲପୁର ବ୍ଲକରେ ଦିନକୁ ଦିନ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି l ଏପରି ଏକ ଚରମ ନିଷ୍ପତି ନେଇଛନ୍ତି ନୁଣିଆପାଲି ପଞ୍ଚାୟତ ଅନ୍ତର୍ଗତ ଅମରାମୁଣ୍ଡାରେ l ଅମରମୁଣ୍ଡା ଗ୍ରାମବାସୀ ସ୍କୁଲ ବନ୍ଦ ତଥା ସ୍କୁଲ ଉଠିଯିବା ନିଷ୍ପତିକୁ ବିରୋଧ କରି ଭୋଟ ବର୍ଜନ କରିବାକୁ କଡ଼ା ନିଷ୍ପତ୍ତି ନେଇଛନ୍ତି l ସୂଚନା ମୁତାବକ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆଉ ଭରସା ନାହିଁ l ବିନା କାରଣରେ ତଥା ସରକାରଙ୍କ ଭୁଲ ଶିକ୍ଷାନୀତି ଯୋଗୁଁ ସ୍କୁଲ ବନ୍ଦ ହେବା ସଂଗେ ସଂଗେ ଅନ୍ଧାରକୁ ଠେଲି ହୋଇଯାଉଛି କୁନିକୁନି ପିଲାଙ୍କ ଭବିଷ୍ୟତ l ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଅମରାମୁଣ୍ଡା ଗ୍ରାମରୁ l ସ୍କୁଲର ପ୍ରଧାନଶିକ୍ଷକ
ତଥା ସିଆରସିସି ଓ ବ୍ଲକ ଶିକ୍ଷାଧିକାରୀଙ୍କ ଖାମଖିଆଲି ତଥା ହୀନ ମନୋବୃତି ଯୋଗୁଁ ଅନ୍ଧାରକୁ ଠେଲି ହୋଇଯାଉଛି ନିରୀହ ପିଲାଙ୍କ ଜୀବନ l ବିନା କାରଣରେ ଯେଉଁଠି ହାତୀମାନଙ୍କ ଉପଦ୍ରବ ଚାଲିଛି, ଯେଉଁଠି ଜଙ୍ଗଲରେ ଘେରା ଗ୍ରାମ, ତା ସହ ହାତୀମାନଙ୍କ ଉପଦ୍ରବ ଲାଗିରହିଛି l ସେଠିକାର ପିଲାମାନେ କିପରି ଭାବରେ ଅନ୍ୟ ଗ୍ରାମକୁ ପାଠପଢ଼ି ଯିବେ? ପିଲା ମାନଙ୍କର ଜୀବନର ଦାୟିତ୍ଵ ନେବ କିଏ? କେଉଁ ଗାଇଡ୍ ଲାଇନ ବଳରେ ସ୍କୁଲକୁ ବନ୍ଦ କରି ଦିଆଗଲା, ଏହାର ଉତ୍ତର ଦେବ କିଏ ଯାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l