-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ବରଗଡ:-ଅତାବିରା ଅଞ୍ଚଳରେ ନିତିଦିନିଆ ଭାବରେ ଘଟିଯାଉଛି ବିଭିନ୍ନ ପ୍ରକାର ଅପ୍ରୀତିକର ଘଟଣା ।କେତେବେଳେ ଚୋରି ଡ଼କାୟତି ତ ଆଉ କେତେବେଳେ ମର୍ଡର,ଏମିତିକି ବୋମା ବିସ୍ଫୋରଣ ପରି ଘଟଣା ଘଟିଥିବା ମଧ୍ୟ ନଜିର ରହିଛି । ଗତ ବର୍ଷ ତିନି ତିନି ଟି ମର୍ଡର ଏହି ଅଞ୍ଚଳ ରେ ଘଟି ଯାଇଥିଲେ ମଧ୍ୟ ଆଜି ଯାଏ ସଂପୃକ୍ତ ବ୍ୟକ୍ତି ମାନେ ଆରାମରେ ରହୁଛନ୍ତି।ତେବେ ଏହା ପ୍ରଶାସନ ର ଅପାରଗତା ନା ଏହା ପଛରେ ଅନ୍ୟ କିଛି ରହସ୍ୟ ତାହା ପ୍ରଶ୍ନ ବଚି ସୃଷ୍ଟି କରୁଛି। ଆଜି ପୁଣି କେ କେ ଲଜ୍ ଭିତରେ ରହୁଥିବା ବ୍ୟକ୍ତିଙ୍କ ମୃତ ଦେହ ଚାରିଦିନ ପରେ ଉଦ୍ଧାର ହେବା ଘଟଣା ଆଜି ଅତାବିରା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।ଘଟଣାଟି ଘଟିଛି ଅତାବିରା ୫୩ନମ୍ୱର ଜାତୀୟ ରାଜପଥ କଡ଼ରେ ରହିଥିବା କେ କେ ଲଜ୍ ରେ। ଲଜ ର ବୁକିଂ ରେଜିଷ୍ଟର ରୁ ଗତ ତା ୧୮/୧ ରାତି ୮ ଟା ୧୫ ମିନିଟ ରେ
ଏହି ବ୍ୟକ୍ତି ଜଣକ ଲଜ ର ୨୦୯ ନଂ କୋଠରୀରେ ରହିଥିବା ଉଲ୍ଲେଖ ରହିଛି।ସେ ହେଲେ ସୁନ୍ଦରଗଡ ଜିଲ୍ଲା କିରେଇ ଗ୍ରାମର ବାବୁଲି ନାଏକ (୩୬),ପିତା ଶରତ ଚନ୍ଦ୍ର ନାଏକ । ନିୟମ ଅନୁସାରେ ଲଜ ର କୋଠରୀ ଗୁଡ଼ିକ ପ୍ରତ୍ୟହ ସକାଳେ ସଫା କରିବା ପାଇଁ ସୁଇପର କୋଠରୀ କୁ ଯିବା କଥା ,ଏହା ବ୍ୟତୀତ ଦିନ ବେଳା ମଧ୍ୟାହ୍ନ ଭୋଜନ ଓ ରାତିରେ ଖାଇବl ନେଇ ୱେଟର ଲଜ ର ପ୍ରତ୍ୟେକ କୋଠରୀ କୁ ଯାଇଥାନ୍ତି।ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ଏହି ଲଜ ରେ ରହିବାର ଚାରିଦିନ ବିତି ଯାଇଥିଲେ ସୁଦ୍ଧା କେହି ଜାଣିନାହାନ୍ତି କେମିତି ବ୍ୟକ୍ତି ଜଣକ ମୃତ ବୋଲି ! ! !