-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ବରଗଡ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ର ଦ୍ୱିତୀୟ ଦିବସ ରେ ବରଗଡ ଜିଲ୍ଲା ର ଅତାବିରା ବ୍ଳକ ର ସମୁଦାୟ ୱାର୍ଡ ମେମ୍ବର ୨୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ,ସରପଞ୍ଚ ପଦବୀ ପାଇଁ ୬ଜଣ, ସମିତି ସଭ୍ୟ ପାଇଁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି lଠିକ ସେଭଳି ଅମ୍ବାଭୋନା ବ୍ଲକ ରେ ୱାର୍ଡ ମେମ୍ବର ୧୧, ଗାଇସିଲେଟ ବ୍ଳକ ରେ ୱାର୍ଡ଼ ମେମ୍ବର ପଦବୀ
ପାଇଁ ୧୮,ସରପଞ୍ଚ ପଦବୀ ସକାଶେ ୩ ଜଣ, ଝାରବନ୍ଧ ବ୍ଲକ ରେ ୱାର୍ଡ ମେମ୍ବର ପଦବୀ ପାଇଁ ସମୁଦାୟ ୨୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ, ପାଇକମାଲ ବ୍ଳକ ରେ ୱାର୍ଡ଼ ମେମ୍ବର ପଦବୀ ପାଇଁ ୧୧,ସରପଞ୍ଚ ପ୍ରାର୍ଥୀ ପାଇଁ ବିଭିନ୍ନ ପଞ୍ଚାୟତ ରୁ ୩ ଜଣ, ସମିତି ସଭ୍ୟ ପାଇଁ ୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି lଠିକ ସେଭଳି ବରଗଡ ବ୍ଳକ ରେ ୱାର୍ଡ଼ ମେମ୍ବର ପଦବୀ ପାଇଁ ୨୨ ଜଣ, ସରପଞ୍ଚ ପଦବୀ ସକାଶେ ବିଭିନ୍ନ ପଞ୍ଚାୟତ ରୁ ୫ ଜଣ,ସମିତି ସଭ୍ୟ ପାଇଁ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ, ବରପାଲି ବ୍ଳକ ରେ ୱାର୍ଡ଼ ମେମ୍ବର ୨୬,ସରପଞ୍ଚ ୩, ବିଜେପୁର ବ୍ଳକ ରେ ୱାର୍ଡ଼ ମେମ୍ବର ୨୯,ସରପଞ୍ଚ ୨, ସମିତି ସଭ୍ୟ ୩, ଭଟଲି ୱାର୍ଡ ମେମ୍ବର ୭,ସରପଞ୍ଚ ୨, ସମିତି ସଭ୍ୟ ସକାଶେ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି lଅନୁଋପ ଭେଡେନ ବ୍ଳକ ରେ ୱାର୍ଡ଼ ମେମ୍ବର ପଦବୀ ପାଇଁ ୨୭,ସରପଞ୍ଚ ୯, ସମିତି ସଭ୍ୟ ୧,ରାଜବୋଡାସମ୍ବର ବ୍ଳକ ରେ ୱାର୍ଡ଼ ମେମ୍ବର ପଦବୀ ପାଇଁ ୧୩,ସରପଞ୍ଚ ପଦବୀ ସକାଶେ ୪ ଜଣ, ସମିତି ସଭ୍ୟ ପାଇଁ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୋହେଲା ବ୍ଳକ ରୁ ୱାର୍ଡ ମେମ୍ବର ପଦବୀ ରେ ସମୁଦାୟ ୧୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି lହେଲେ ଅଦ୍ୟାବଧି କୈାଣସି ଦଳ ପକ୍ଷରୁ ଜିଲ୍ଲାପରିଷଦ ସଭ୍ୟ ଭାବେ କେହି ଜଣେ ହେଲେ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି l