-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ବଲାଙ୍ଗୀର, ପାଟଣାଗଡ ( ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ପିପଳଡାବର ଗ୍ରାମର ଡୋଲାମଣୀ ସୁନା ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଥମବର୍ଷ ର ଫାଇନାଲ ମ୍ୟାଚ ଅନୁଷ୍ଠିତ। ଆଜି ର ପ୍ରତିଯୋଗିତା ଟି ସିରେଇକେଲା ଏବଂ ରାଣୀସାଗର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ଏଥିରେ ରାଣୀସାଗର ପ୍ରଥମେ ବେଟିଂକରି ୭୯ରନ ସଂଗ୍ରହ କରିଥିଲେ ଓ ୭ ଓଭର ମଧ୍ୟରେ ପରାସ୍ତ ହୋଇଥିଲେ ।ଏବଂ ଧୂଆଁଧାର ବେଟିଂକରି ୩ ୱିକେଟ ବିନିମୟରେ ୮୦ ରନ କରି ସିରେଇକେଲା ଦଳ ମ୍ୟାଚଟି ବିଜୟ ଲାଭ କରିଥିଲେ l ଉକ୍ତ ଫାଇନାଲ ଖେଳ ପରିଚାଳନା କରିଥିଲେ ଶିବପ୍ରସାଦ ବାରିକ ଏବଂ ପ୍ରମୋଦ କୁମାର ବୁଡେକ ଏବଂ ଆଙ୍କରିଂ ରେ ଥିଲେ ଆଲୋକ କୁମାର ନାଗ ,କୋରର୍ ଗୁଣନିଧି ବାରିକ l ଏହି ଫାଇନାଲ ଉଜ୍ଜାପନିରେ ପାଟଣାଗଡ଼ ବ୍ଲକ ମଣ୍ଡୋମହୁଲ ପଞ୍ଚାୟତ ର ଯାତକ ମହାନନ୍ଦ ମୁଖ୍ୟଅତିଥି ରୂପେ ଯୋଗଦାନ ଦେଇଥିଲେ । ଏବଂ ସମ୍ମାନିତ ଅତିଥି ମଣ୍ଡୋମହୁଲ ଗ୍ରାମପଞ୍ଚାୟତ ର କାର୍ତ୍ତିକ ମେହେର ଏବଂ ୟୁଥ୍
ପ୍ରେସିଡେଣ୍ଡ ବେଣୁଧର ବିଶି ,ଶଶିନ୍ଦ୍ର ସୁନା ସମୂହ ଉପସ୍ଥିତ ରହି ବିଜୟୀ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ l ଏଥିରେ ବିଜୟୀଦଳକୁ ଟ୍ରଫି ସହିତ ୨୦ ହଜାର ନଗଦରାଶି ପ୍ରଦାନ କରାଯାଇଥିବା ବେଳେ ପରାଜୟଦଳକୁ ଟ୍ରଫି ସହିତ ୧୫ ହଜାର ନଗଦରାଶି ପ୍ରଦାନ କରା ଯାଇଥିଲା l ମ୍ୟାନ ଅଫ ଦ ମ୍ୟାଚ ସିରେଇକେଲା ର ଶ୍ରୀକାନ୍ତ ପାଇଥିବା ବେଳେ ମ୍ୟାନ ଅଫ ଦ ସିରିଜ ସିରେଇକେଲା ର କ୍ଷୀରୋଦ ପାଇଛନ୍ତି ।ଉକ୍ତକ୍ରିକେଟ ପ୍ରତିଯୋଗିତାକୁ ସୁଚାରୁରୂପେ ଡୋଲାମଣୀ ସୁନା ମେମୋରିଆଲ କ୍ଲବ କର୍ମକର୍ତ୍ତାମାନେ ଖେଳ ସମ୍ପାଦନ କରିଥିଲେ ! ଅଞ୍ଚଳବାସୀ ଖେଳର ମଜାନେବା ପାଇଁ ଆନନ୍ଦର ସହିତ ପଡିଆରେ ସମାଗମ ରେର୍କଡ ଡେନ୍ସ ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିବାର ଦେଖିବାକୁ ମିଳିଥିଲା lଏଭଳି ଆଗକୁ ସୁନ୍ଦର ଭାବେ ପ୍ରତିଯୋଗିତା ହେଉ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଥିବା ଜଣାପଡିଛି।