-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତ ଅନ୍ତର୍ଗତ ପୁଟୁପଡା ସ୍ଥିତ ସିଦ୍ଧ ମହିମା ଆଶ୍ରମରେ ୧୫୯ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ପୌଷପୂର୍ଣ୍ଣିମା ମହିମା ମେଳାର କଲସଯାତ୍ରା ଅନୁଷ୍ଠିତ ହୋଇଯାଇଛି lବଲାଙ୍ଗୀର ଜିଲ୍ଲାରେ ଵଢୁଥିଵା କୋଭିଡ ସନକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ମହିମା ମେଳା ଅନୁଷ୍ଠିତ ହୋଇଯାଇଅଛି । ପୁଟୁପଡା ତଥା ଆଖପାଖ ଅଂଚଳର ଅଲେଖ ଧର୍ମ ର ମହିଳା ଓ ମଠର ସାଧୁମାନେ ସିନ୍ଧେକେଲା ଦ୍ଵାରସେନୀ ମନ୍ଦିର ନିକଟ ପବିତ୍ର ବାଣୀବଘାର ପୋଖରୀ ରୁ କଳସ ଶୋଭାଯାତ୍ରା ବାହାର କରି ଘଣ୍ଟଶଙ୍ଖ ଦ୍ୱାରା ମନ୍ଦିରରେ ପହଂଚି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । ଚାରି ଦିନ ଧରି ଚାଲିଥିବା ଏହି ମେଳାର କଲସଯାତ୍ରା ସହ ଶନିବାର ସକାଳେ ଵ୍ରହ୍ମାଅଵଧୁତ ବକ୍କଳଧାରୀ ଭଗବାନ ଵାଵା ବ୍ରହ୍ମଧ୍ୱନି ପ୍ରଜ୍ବଳନ କରିଥିଲେ lଜଗତର କଲ୍ୟାଣ ନିମନ୍ତେ ଓ ବ୍ରହ୍ମନାମ ଆରମ୍ଭ ହୋଇଥିଲା, ପ୍ରତୈକ ଦିନ ମହିମା ଭଜନ ପରିବେଷଣ କରିଥିଲେ ସାଧୁବାବା ମାନେ lରବିବାର ସକାଳେ ବ୍ରହ୍ମନାମ ଯଜ୍ଞ ଓସନ୍ଧ୍ୟା ସମୟରେ ଚତୁର୍ଦ୍ଦଶୀ ଘୃତା ଆହୁତି କରାଯାଇଥିଲା
ସୋମବାର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କରାଯାଇଥିଲା। । ପୁଟୁପଡା ମହିମାଶ୍ରମ ମଠାଧିସ ବାବା କିଶୋର ଚନ୍ଦ୍ର ଦାସ ସମେତ ଆଶ୍ରମାସ୍ଥିତ ସାଧୁବୃନ୍ଦ ସାଧୁ ଲକ୍ଷେଶ୍ୱର ଦାସ , ଧର୍ମାନନ୍ଦ ଦାସ , ବ୍ରହ୍ମଚାରୀ ସତ୍ୟବ୍ରତ , କରନ , ଅକ୍ଷୟ , ହର୍ଷମଣି , ସାଧୁ , ବିଶ୍ଵାମିତ୍ର , ସନାତନ , ଚୈତନ୍ୟ , କୁଳମଣି , ରାମ , ଯୁଧିଷ୍ଠିର , ଅଵଧୁତ ଭକ୍ତ, ଅନ୍ତର୍ୟାମି ଭକ୍ତ,ଵ୍ରହ୍ମ।ନନ୍ଦ ଭକ୍ତ, କଲାହାଣ୍ଡିର ଵୈଦ୍ୟ ରାଜ ପଵିତ୍ର ଶଵର ଆରମ୍ଭ ରୁ ଉଦଯାପନୀ ପର୍ଯ୍ୟନ୍ତ ଆଶ୍ରମରେ ରହି ଲୋକଙ୍କ ସେଵା କରିଥିଲେ।
ପ୍ରବକ୍ତା ସୁଧାକର ସାହୁ ଓ ଅଲେଖ ଭକ୍ତ ବୃନ୍ଦଙ୍କସମେତ ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।ଏଵର୍ଷ କୋରୋନା କଟକଣା ଯୋଗୁଁ ଆଶ୍ରମ ପରିସରରେ ରେ ଖାଲି ଖାଲି, ଖାଁ ଖାଁ ଲାଗୁଥିଲା ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)