-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା): ଟାଉନଥାନା ଅନ୍ତର୍ଗତ ରତନପୁରଠାରେ ନିର୍ମାଣଧିନ ଘରେ ଅଟୋ ଚାଳକ ସରୋଜ ମହାନ୍ତି ହତ୍ୟା ଘଟଣାର ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ସିନ୍ଦୁରିଆ ଗ୍ରାମ ମଝିସାହିର ହାମିଲ୍ ମଲ୍ଲିକ ଓରଫ କାଳିଆ ବୋଲି ଜଣାଯାଇଛି । ପୁଲିସ ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣା ସ୍ଥଳରେ ତଦନ୍ତ କରାଯିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁଶକୁ ପୁଲିସ ପାଇଥିଲା । ବିଭିନ୍ନ ସୁତ୍ରକୁ ଅବଲମ୍ବନ କରି ଯୋଜନାବଦ୍ଧ ଭାବେ ପୁଲିସ ଆଜି ସକାଳୁ କାଳିଆକୁ ଗିରଫ କରିଥିଲା । ଗିରଫ ପରେ କାଳିଆ ସବୁ ଘଟଣାକୁ ସ୍ୱୀକାର କରିଥିବା ଟାଉନଥାନା ଅଧିକାରୀ ପ୍ରଜ୍ଞାପରମିତା ଜେନା ସୂଚନା ଦେଇଛନ୍ତି । କାଳିଆକୁ ହତ୍ୟାକାଣ୍ଡ ଘଟଣାସ୍ଥଳକୁ ନିଆଯାଇ
ଘଟଣାର ଡେମୋ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଆଜି ଅଭିଯୁକ୍ତ କାଳିଆକୁ ନୟାଗଡ଼ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି । ନୟାଗଡ଼ ରେଳଷ୍ଟେସନ ନିକଟବର୍ତ୍ତୀ ଚକେଇଖୋଲ ମୁଣ୍ଡିଆରେ ଏକ ଜୁଆଆଡ୍ଡାକୁ କାଳିଆ ଓ ସରୋଜ ଯାଇଥିଲେ । ସେଠାରେ ଦିନ ସାଢ଼େ ବାରଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଖେଳ ଚାଲିଥିଲା । ଖେଳପରେ କାଳିଆ ଓ ସରୋଜ ଅଟୋରେ ରତନପୁର ନିକଟବର୍ତ୍ତୀ ନିର୍ମାଣଧିନ ଘରକୁ ଆସିଥିଲେ । କାଳିଆଠାରୁ ସରୋଜ ଧାର ଆକାରରେ ନେଇଥିବା ୩୦ ହଜାର ଟଙ୍କା ଫେରାଇବାକୁ କାଳିଆ ମାଗିଥିଲା । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଘଟିବା ଫଳରେ କାଳିଆକୁ ଏକ ବାଉଁଶରେ ମାଡ଼ ମାରି ହତ୍ୟା କରିବା ପରେ ଶବକୁ ପାଇଖାନା ଟାଙ୍କିରେ ଫିଙ୍ଗି ଚାଲି ଯାଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଟାଉନଥାନା ପୋଲିସ ଅଧିକାରିଣୀ ଅଭିଯୁକ୍ତ କାଳିଆ କୁ କୋର୍ଟ ଚାଲାଣ କରିଥିବାରୁ ସାଧାରଣରେ ଚର୍ଚ୍ଚା ହେଉଥିବା ସହିତ ପ୍ରଶଂସିତ ମଧ୍ୟ ହୋଇଛନ୍ତି |