-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ଗଞ୍ଜାମ(ଭଗବାନ ପାଢୀ) : ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର ନିତିଶ ତ୍ରୀପାଠୀ। ମ୍ରୁତକର ଶବକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରି ସାଉଁଟିଲେ ପ୍ରଶଂସା। ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମର ଶିବରାମ ନାୟକ ଦୁଇଟି କିଡ୍ନୀ ହରାଇ ରୋଗଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ। କିଛିଦିନ ପୂର୍ବେ ଖବରପାଇ ନିଜେ ତହସିଲଦାର
ଶିବରାମଙ୍କ ଘରକୁ ଯାଇ କିଛି ଆର୍ଥିକ ସହାୟତା ସହ ପୁରା ପରିବାର ରହିବାର ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।ତେବେ ଆଜି ଶିବରାମଙ୍କ ମୃତ୍ୟୁ ହୋଇଗଲା।ମୃତ୍ୟୁ ଖବର ପାଉ ପାଉ ଶିବରାମଙ୍କ ପରିବାର ନିକଟରେ ପହଞ୍ଚି ଯାଇଥିଲେ ଯୁବ ତହସିଲଦାର।ଗ୍ରାମବାସୀଙ୍କ ସହ ମିଶି ଶବକୁ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବ ସତ୍କାର କରିବାର ସମସ୍ତ କାର୍ଯ୍ୟ ନିଜେ ଉପସ୍ଥିତ ରହି ସମ୍ପାଦନ କରିବା ସହ ନିଜସ୍ବ ପାଣ୍ଠିରୁ ପରିବାରକୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି।ଆଉ ଏ ଦୃଶ୍ୟ ଦେଖି ସ୍ତାନୀୟ ଲୋକେ ମଧ୍ୟ ଚକିତ ହେବା ସହ ତହସିଲଦାରଙ୍କୁ ପ୍ରଶଂସା ରେ ପୋତିପକାଇଛନ୍ତି।