-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ) ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ପୂଷପୁନି ପ୍ରବଳ ଉତ୍ସାହ ଉଦ୍ଧିପନା ମଧ୍ୟରେ ଆଜି ବିନିକା ସହର ସମେତ ପୁରପଲ୍ଲୀରେ ପାଳିତ ହୋଇଯାଇଛି ।ଗ୍ରାମ ଗ୍ରାମରେ ଭୋଜିଭାତ ଆୟୋଜିତ ହେବା ସହ ନାଚଗୀତର ଆସରରେ ସମଗ୍ର ବିନିକା ଅଞ୍ଚଳ ଉତ୍ସବ ମୁଖରିତ ହୋଇ ପଡିଥିଲା ।ପୌଷ ପୂର୍ଣ୍ଣିମାକୁ ସରକାର ଛୁଟି ଘୋଷଣା କରି ନଥିଲେ ମଧ୍ୟ ଏକ ପ୍ରକାର ଅଘୋଷିତ ଛୁଟି ସାରା ଅଞ୍ଚଳରେ ଦେଖା ଯାଇଥିଲା । କୋଭିଡ କଟକଣା
ଯୋଗୁଁ ସ୍କୁଲ,କଲେଜ ବନ୍ଦ ଥିବାବେଳେ ୫୦ପ୍ରତିଶତରେ ଚାଲିଥିବା ସରକାରୀ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଉପସ୍ଥାନ କମ ରହିଥିଲା । କେବଳ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ରାଜନୈତିକ ବ୍ୟକ୍ତ ବିଶେଷଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କା ଭା ଦୋକାନ ବଜାର ଖୋଲିଥିବା ବେଳେ ରାସ୍ତାଘାଟ ଶୂନଶାନ ହୋଇ ପଡ଼ିଥିଲା । ଗ୍ରାମାଞ୍ଚଳରେ ଛୋଟ ଛୋଟ ଶିଶୁମାନେ ବ୍ୟାଗ ମୁନା ଧରି ଛେର୍ ଛେର୍ ଛେରା,ଇ ଘରର ବୁଢ଼ୀ କାହିଁ ଗଲା ବୋଲି ଗୀତ ଗାଇ ଘର ତିଆରି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ସଂଗ୍ରହ କରିଥିଲେ ।ଶିଶୁମାନଙ୍କ ଏଭଲି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଏହି ଉତ୍ସବରେ ପିଠା ମଣ୍ଡା ଚାହିଦା ଥିବାରୁ ଲୋକେ ପିଠାପଣା ରେ ମସଗୁଳ ହେବା ସହ ଭୋଜିଭାତର ଆସର ମଧ୍ୟ ଜମେଇଥିଲେ ।
ସେହିପରି କେତେକ ସ୍ଥାନରେ କୋଭିଡ କଟକଣାକୁ ମାନି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗୀତା ମଧ୍ୟ ହୋଇଥିଲା ।ସୂଚନା ଯୋଗ୍ୟଯେ ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ପର୍ବ ପୁଷପୁନି(ଛେର ଛେରା) ଲୋକଙ୍କ ମଧ୍ୟରେ ଭାଇଚାରା, ବନ୍ଧୁତ୍ତ ଓ ଏକତାର ବନ୍ଧନରେ ବାନ୍ଧି ରଖିଥାଏ ।ଚାଷୀ ନିଜର ଉପାର୍ଜିତ ଶସ୍ୟକୁ ଆଣିସାରିବାପରେ ଚାଷୀ ଘରେ କାମ କରୁଥିବା ଶ୍ରମିକ ମାନେ ଏହି ଦିନଠୁଁ ବିରତି ନେବା ସହ ଆଗାମୀ ବର୍ଷ ପାଇଁ କାମ କରିବା ନେଇ ଚୁକ୍ତି କରିଥାଏ । ଏହି ଛେ଼ର ଛେ଼ରା ପର୍ବ ସମସ୍ତଙ୍କ ମଧ୍ୟରେ ଖାଇବାର ସମାନତାର ସୂଚନା ଦେଇଥାଏ ।କିନ୍ତୁ ଏହି ନିଆରା ପରମ୍ପରା ବିଲୁପ୍ତ ହେବାରେ ବସିଛି ।