-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ) ନବନିଯୁକ୍ତ ଲେପ୍ରା ଇଣ୍ଡିଆ ଆମ୍ବାସାଡ଼ର ତଥା ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ସୋମବାର ଅପରାହ୍ନ ରେ ବିନିକା ବ୍ଲକ ଗୁଲୁଣ୍ଡା ସ୍ଥିତ ନିର୍ମଳଛାୟାକୁ ପରିଦର୍ଶନ କରି ଅନ୍ତେବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ | ଏହି ଅବସରରେ ସେ ଅନ୍ତେବାସୀଙ୍କୁ କମ୍ବଳ ବାଣ୍ଟିବା ସହ ଶାରୀରିକ ଓ ମାନସିକ ସୁସ୍ଥତା ନିମନ୍ତେ ସେମାନଙ୍କୁ କେତେକ ସୁକ୍ଷ୍ମ,ଯୋଗ, ବ୍ୟାୟାମ କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ |ସ୍ୱରଚିତ ପୁସ୍ତକ ଯୋଗାନୁସରଣ ପ୍ରଦାନ କରିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ |ଅନ୍ତେବାସୀ ମାନେ ପରବର୍ତ୍ତୀ ସମୟରେ ସେମାନଙ୍କୁ ମଶାରୀ ଦେବାକୁ ଅନୁରୋଧ କରିବା ସହିତ ସେମାନେ ରହୁଥିବା ଘରେ ବର୍ଷାଦିନେ ପାଣି ଗଲୁଥିବାରୁ ତାହା ମରାମତି ପାଇଁ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ଅନୁରୋଧ କରିଥିଲେ |ଏହି ପରିଦର୍ଶନରେ ଶ୍ରୀ ସାହୁଙ୍କ ସହ ଲେପ୍ରା ଇଣ୍ଡିଆର ସଂଯୋଜକ ନୃସିଂହ ମିଶ୍ର ଉପସ୍ଥିତ ଥିଲେ |