-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସୋମବାର ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର୧୨ ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୪୩ ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ପ୍ରଥମ ଦିନରେ ସରପଞ୍ଚ ପଦବୀ ପାଇଁ ୩୨ ଜଣ ନାମାଙ୍କନ କିଣି ଥିବା ବେଳେ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଠିକ ସେହିପରି ସମିତି ସଭ୍ୟ ପଦ ପାଇଁ ୨୮ ଜଣ ନାମାଙ୍କନ ପତ୍ର ନେଇଥିଲେ ମଧ୍ୟ ଜଣେ ବି ଦାଖଲ କରିନ ଥିବା ବ୍ଲକ ସୂତ୍ରରୁ ଜଣାପଡ଼ିଛି।ଅନ୍ୟ ପତ୍ର ୧୨ ପଂଚାୟତ ର ୱାର୍ଡ ମେମ୍ବର ପାଇଁ ୧୪୯ ଜଣ ନାମାଙ୍କନ ପତ୍ର ନେଇ ଥିବା ବେଳେ ମାତ୍ର ୧୪ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।