-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ରେଢାଖୋଲ, ( ଅନିଲ କୁମାର ପୃଷ୍ଟି) ଏକ ଟ୍ରାକ୍ଟରରେ ବେଆଇନ ଭାବରେ ଶାଳ ଗଣ୍ଡି ଓ ବଲହା ନେଇ ଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ପକ୍ଷରୁ ସୋମବାର ସକାଳେ ଚଢ଼ାଉ କରି କାଠ ବୋଝେଇ ଟ୍ରାକ୍ଟର ସହ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଗିରଫ ଡ୍ରାଇଭର ଜଣଙ୍କ ହେଲେ ରେଢାଖୋଲ ବ୍ଲକ ବଡବାହାଳ ପଞ୍ଚାୟତ ଲଇଣ୍ଡାମାଳ ଗ୍ରାମର ଅଗସ୍ତି ମୁଣ୍ଡା(୩୫)। ଏ ସଂକ୍ରାନ୍ତରେ ବନ ବିଭାଗ ଏକ ମାମଲା ରୁଜୁ କରି ଗିରଫ ଡ୍ରାଇଭରଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରା ଯିବ ବୋଲି ବଡବାହାଳ ରେଞ୍ଜ ଅଧିକାରୀ ପ୍ରଜ୍ଞା ପାରମିତା ଦୀପ ପ୍ରକାଶ କରିଛନ୍ତି।
ବନ ବିଭାଗ ପକ୍ଷରୁ ଜଣା ଯାଇଛି ଯେ, ସୋମବାର ସକାଳେ ଲଇଣ୍ଡାମାଳରୁ- ଖଣ୍ଡହତା ଗ୍ରାମ ରାସ୍ତାରେ ଏକ ଟ୍ରାକ୍ଟରରେ ଶାଳ ଗଣ୍ଡି ଓ ବଲହା ପୁରା (full) ବୋଝେଇ ହୋଇ ଖଣ୍ଡହତା ଗ୍ରାମ ଅଭିମୁଖେ ବେଆଇନ ଭାବେ ଆସୁଥିବାର ବନ ବିଭାଗକୁ ଖବର ମିଳି ଥିଲା। ଖବର ପାଇ ବଡବାହାଳ ରେଞ୍ଜ ଅଧିକାରୀ ପ୍ରଜ୍ଞା ପାରମିତା ଦୀପଙ୍କ ନିର୍ଦ୍ଦେଶ କ୍ରମେ ପାଟ୍ରୋଲିଂ ଥିବା କଦଳିଗଡ଼ ଫରେଷ୍ଟର ରାଜେନ୍ଦ୍ର କୁମାର ପ୍ରଧାନ, ବେଣୁଧର ପ୍ରଧାନ, ଫରେଷ୍ଟ ଗାର୍ଡ ଅଳକା ପ୍ରଧାନ ପ୍ରମୁଖ ଚଢ଼ାଉ କରି ଲଇଣ୍ଡାମାଳ-ଖଣ୍ଡହତା ରାସ୍ତାରୁ ବେଆଇନ ଭାବରେ ନେଇ ଆସୁଥିବା ଶାଳ ଗଣ୍ଡି ଓ ବଲହା ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଥିଲେ ।