-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ଗଞ୍ଜାମ (ଭଗବାନ ପାଢୀ) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ନାରେ ଧାରଣାରେ ବସିଲା ମିଳିତ ଶିକ୍ଷକ ସଂଘ l ଦୀର୍ଘ ତିନିମାସ ଧରି ବ୍ଲକର ୫୪୩ ଶିକ୍ଷକ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି l ବ୍ଲକ ରେ ବିଇଓ ପଦବୀ ତିନି ମାସ ଧରି ଖାଲି ପଡିରହିଥିବା କାରଣରୁ ଶିକ୍ଷକଙ୍କ ଦରମା ହୋଇପାରୁନି କି ଶିକ୍ଷକ ମାନଙ୍କ କୌଣସି ସମସ୍ୟା ସମାଧାନ ହୋଇପାରୁନଥିବା ଶିକ୍ଷକ ସଙ୍ଘ ଅଭିଯୋଗ କରିଥିବା ବେଳେ ଏହି ସମସ୍ୟା ନେଇ ଦଶଦିନ ପୂର୍ବରୁ ଶିକ୍ଷକ ସଙ୍ଘ ପକ୍ଷରୁ ସ୍ଥାନୀୟ ଦାୟିତ୍ୱ ରେ ଥିବା ବିଇଓ,ବ୍ଲକ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯଇଥିଲା l ଏବଂ ସମସ୍ୟା ସମାଧାନ ନିମନ୍ତେ ୭ ଦିନର ମହଲତ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିଲା l ତାହାରି ସମୟ ସୀମା ଆଜି ସରୁଥିବା ବେଳେ ଏଯାବତ ନୂତନ ବିଇଓ ଙ୍କୁ ନିଯୁକ୍ତି କରାଯାଇନାହିଁ କି ଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ କରାଯାଇନାହିଁ l ଯାହାରୀ ଫଳରେ ଆଜି ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଆଗକୁ ଶିକ୍ଷକଙ୍କ ସମସ୍ୟାର ସମାଧାନ ସହିତ ନୂତନ ବିଇଓ ଙ୍କୁ ନିଯୁକ୍ତି ନକରାଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାର ଚେତାବନୀ ଦେଇଛି ମିଳିତ ଶିକ୍ଷକ ସଂଘ l