-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ବଲାଙ୍ଗିର(ପ୍ରେରଣା ଖବର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ସ୍ଥିତ ବାବା ମଠ ପ୍ରାଙ୍ଗଣରେ କ୍ରମାଗତ ଦ୍ୱିତୀୟ ବର୍ଷର ମକର ମିଳନ କୋଭିଡ ଗାଇଡଲାଇନ ଅନୁସାରେ ପାଳିତ ହୋଇଯାଇଛି । ମକର ସଂକ୍ରାନ୍ତୀ ହିନ୍ଦୁପର୍ବର ଏକ ପବିତ୍ର ଉତ୍ସବ ।ଏହି ଦିନଟିକୁ ଭାରତର ବିଭିନ୍ନ ଭାଗରେ ପୋଙ୍ଗଳ, ବିହୂ, ଲୋହଡି ଭାବରେ ପାଳନ କରାଯାଇଥାଏ । ବାବାମଠ ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀ ଗୌରଚନ୍ଦ୍ର ନାଏକକଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସ୍ୱଚ୍ଛ ଦର୍ପଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ଉପେନ୍ଦ୍ର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରାମଚନ୍ଦ୍ର ପଟେଲ ମକର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରିଚାଳନା କମିଟିର ସଭାପତି ରାଜେଶ ଅଗ୍ରୱାଲା, ସଂପାଦକ ଶ୍ରୀ ଷଡଙ୍ଗି, ସମାରୁ ପଧାନ, ରାଜେଶ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ଉଦ୍ୟୋକ୍ତା ଶ୍ରୀଧର୍ମସିଂ ମିଶ୍ର ଏହି ଉତ୍ସବର ମହତ ଉଦ୍ଦେଶ୍ୟ ବ୍ୟାଖ୍ୟା କରିବା ସହିତ ମକର ସଂକ୍ରାନ୍ତି ସମାଜ ଗଠନରେ କିଭଳି ଗୁରୁତ୍ୱ ବହନ କରିଥାଏ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ମଠାଧିଶ ବାବା ଗୋବିନ୍ଦ ଦାସ ଏବଂ ଧର୍ମ ସିଂ ମିଶ୍ର ପରିଚାଳନା କରିଥିଲେ । ଉପସ୍ଥିତ ଭକ୍ତ ବର୍ଗ ମାନଙ୍କ ମଧ୍ୟରେ ମକର ଚାଉଳ ଏବଂ ମିଠା ବଂଟନ କରାଯାଇ ସାମାଜିକ ଦୂରତା ପାଳନ ପୂର୍ବକ ପ୍ରସାଦ ସେବନ କରାଯାଇଥିଲା । ଶେଷରେ ସମାରୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।