-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
ପାଟଣାଗଡ଼, ଗତକାଲି ପାଟଣାଗଡ଼ର ବ୍ରହ୍ମପୁରା ର ସଅଁରା ପଡ଼l ଅଞ୍ଚଳରେ ଘଟି ଯାଇଛି ଏକ ଦୁଃଖଦ ଘଟଣା l ରହସ୍ୟ ଜନକ ଭବରେ ଗୋଟିଏ ପରିବାରର 6 ଜଣ ଙ୍କ ମୃତ୍ୟୁ ଘଟଣା ଜଣାପଡିବା ପରେ ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସ୍ରୁଷ୍ଟି ହୋଇଥିଲା l ଏବେ ପାଟଣାଗଡ଼ ପୋଲିସ ଘଟଣା ରେ ସମ୍ପୃକ୍ତ ଥିବା ସନ୍ଦେହ କରି ସିଦ୍ଧା ଜାନି (20) ଆଉ ପ୍ରତାପ ଜାନି (18) ନାମକ ଦୁଇ ଜଣ ଯୁବକଙ୍କୁ ଥାନାରେ ଆଣି ଅଟକ ରଖିଛି l ମୃତକ ଦୁବୁ ଜାନି ଙ୍କ 8 ଟି ପୁଅ ଓ 2 ଝିଅ ଥିବାବେଳେ 3 ପୁଅ ସରୋଜ, ବିକାଶ ଓ ଫିରୋଜ ଏହି ଘଟଣା ରୁ ବଞ୍ଚି ଯାଇଛନ୍ତି l ଏଇ ତିନି ଜଣ ଭୁବନେଶ୍ବର ବସଷ୍ଟାଣ୍ଡ ରେ ଫେରିବାଲା ଭବରେ କାମ କରୁଛନ୍ତି l ଆଜି ଏମାନେ ପାଟଣାଗଡ଼ରେ ପହଞ୍ଚିଛନ୍ତି l ଏଇ ହତ୍ୟା ପଛରେ 7-8 ଜଣ ଙ୍କ ହାତ ଥିବା ସେମାନେ କହିଛନ୍ତି l ବର୍ତ୍ତମାନ ଏମାନଂକର ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା ମୃତକଙ୍କ 3 ପୁଅ କହିଛନ୍ତି l ପାଟଣାଗଡ଼ ପୋଲିସ ଘଟଣାର ତଦନ୍ତ ଚଳାଇଛି l