-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ସିନ୍ଧେକେଲା // ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଅଳଣ୍ଡା ପଞ୍ଚାୟତ ର ପେକ୍ସ ରେ ଟୋକନ ପାଇଥିବା ଚାଷୀର ଧାନ ବିକ୍ରୟ କରିବା ସମୟ ଅବଧି ସରି ଆସୁଥିଲେ ହେଁ ଧାନ ବିକିବାକୁ ମଣ୍ଡି କୁ ଆସୁନଥିବାରୁ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନି ଦଳାଳ ହାବୁଡରେ ଟୋକନ ଥିବା ସନ୍ଦେହ କରି ଚାଷୀ ମାନଙ୍କ ଘରକୁ ଘର ଯାଇ ତଦନ୍ତ କରିବାକୁ ପହଞ୍ଚିଥିଲେ । ତେବେ ଅଲଣ୍ଡା ପଞ୍ଚାୟତର କିଛି ଘର କୁ ପହଞ୍ଚିଥିବା ବେଳେ ସେହି ଘରର ଲୋକେ ବାହାର ରାଜ୍ଯ କୁ ଦାଦନ ଖଟି ଯାଇଥିବା ଜାଣିବାକୁ ପାଇଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ମଧ୍ଯରେ କିଏ ତା ପରିବାର କୁ ଛାଡି ଦାଦନ ଯାଇଥିବା ବେଳେ କୋଉଠାରେ ବୁଢାବୁଢୀ ମାନେ ଘର ଜଗିଥିଲେ । କିନ୍ତୁ ଦାନା ପାଇଁ ଦାଦନ ସାଜୁଥିବା ମଣିଷ ଯେ ନିଜ ଜନ୍ମ କରିଥିବା ଛୋଟ ଛୋଟ ଝିଅ ମାନଙ୍କୁ ଘରେ ଛାଡି ଦାଦନ ଯାଇଥିବା ଓ ସେହି ଝିଅ ମାନଙ୍କ ମଧ୍ଯରୁ ଜଣେ ଦଶମ ପଢୁଥିବା ଝିଅ ଦ୍ବିତୀୟ ପଢୁଥିବା ନିଜ ଭଉଣୀ କୁ ଧରି ଘର ଜଗିଥିବା ଭଲି ଚିତ୍ର ପ୍ରଶାସନିକ ଅଫିସରଙ୍କ ମନକୁ ଦୋହଲାଇ ଦେଇଥିଲା। ସେ ବାରମ୍ବାର ପଚାରି ବୁଝୁଥିବାର ଦେଖାଯାଇ ଥିଲା ତୁମେ କେମିତି ଖାଉଛ , କେମିତି ଚଳୁଛ ଏମିତି ଅନେକ କିଛି । ତେବେ ଏହି ଖବର ବିଭିନ୍ନ ଗଣମାଧ୍ୟମ ଓ ପ୍ରେରଣା ନ୍ୟୁଜ ପୋର୍ଟାଲ ରେ ପରିବେଷଣ ହେବାପରେ ଆଜି ସକାଳୁ ଅଳଣ୍ଡା ପ୍ୟାକ୍ସ ଅଞ୍ଚଳ ର ଅଳଣ୍ଡା ଗ୍ରାମ କୁ ବିଭିନ୍ନ ରାଜନୈତିକ ଦଳ ପହଞ୍ଚି ସ୍ଥିତି ପରଖି ବୁଝିଥିଲେ । ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚିଥିଲେ ତେବେ ଏ ବିଷୟରେ ତହସିଲଦାର ଶ୍ରୀ ସୁନାନି ଙ୍କୁ ପଚାରିବାରୁ ବଲାଙ୍ଗୀର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଝିଅ ଙ୍କୁ ଘରେ ଛାଡି ଯାଇଥିବା ଲକପତି ରଣା ଙ୍କ ବଡଝିଅ କୁ ନୋମିନୀ ଭାବରେ ପଞ୍ଜୀକରଣ କରି ତାଙ୍କ ଘରେ ଥିବା ଧାନ ବିକ୍ରି କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଳି ପ୍ରକାଶ କରିଥିଲେ।
ତହସିଲଦାର ପହଞ୍ଚିବା ବେଳେ ଦୁଇଝିଅ ଗାଇ ଚରାଇବାକୁ ବିଳ କୁ ଯାଇଥିଲେ ପରେ ଆସିଥିଲେ ।
ତେବେ ଲକପତି ରଣାଙ୍କ ଘରେ ପାଖାପାଖି ୭୦ ବସ୍ତା ଉପରେ ଧାନ ଥିବାବେଳେ ଧାନ ବିକିବା ପାଇଁ ତହସିଲଦାର ଫୋନ ଯୋଗେ ଲକପତି ଙ୍କୁ କହିବାରୁ ସେ ୫୦ ବସ୍ତା ଧାନ ବିକିବା ପାଇଁ ରାଜି ହୋଇଥିଲେ ଓ ଅବଶିଷ୍ଟ ଧାନକୁ ଚାଉଳ କରି ବର୍ଷ ଯାକ ଘରେ ଖାଇବା ପାଇଁ ରଖିବୁ ବୋଳି କହିଥିଲେ । ଅନ୍ୟ ଜଣେ ଟୋକନ ପାଇଥିବା ଚାଷୀ କ୍ଷେତ୍ର ମାଝୀ ଘର ବନ୍ଦ କରି ଦାଦନ ଯାଇଥିବା ଓ ତେତେଲ ପଡାର ଘାସିରାମ କାଣ୍ଡ ଙ୍କ ସ୍ତ୍ରୀ ଖୋଳା ବଜାର ରେ ଧାନ ବିକି ଦେଇଥିବାରୁ ତହସିଲଦାର ସେଠାରୁ ଫେରି ଆସିଥିଲେ। ତେବେ ଲୋକେ ଅଧିକ ଦାମ ପାଇ ମଣ୍ଡିରେ ଧାନ ବିକିବା ପାଇଁ ଟୋକନ ଟିକକ ପାଇବା ପାଇଁ ଚାତକ ପରି ଚାହିଁ ରହି ମଣ୍ଡି କୁ ଯାଇ ଧାନ ରଖି ବହୁ କଷ୍ଟେ ମଷ୍ଟେ ଧାନ ବିକୁଥିବା ଦେଖିବାକୁ ମିଳୁଛି ।
କିନ୍ତୁ ଏମାନେ ଟୋକନ ପାଇ ସୁ ଦ୍ଧା କାହିଁକି ଧାନ ବିକ୍ରୟ କରୁନାହାନ୍ତି ବୋଳି ଆମ ଟିମ ଜଣେ ବୃଦ୍ଧା ଯିଏ କି ପରିବାରର ।
ସମସ୍ତ ସଦସ୍ଯ ଦାଦନ ଖଟିଯାଇ ଥିବା ବେଳେ ସେ ତାଙ୍କ ନାତି ମାନଙ୍କୁ ନେଇ ଘର ଜଗିଛନ୍ତି। ସେ କହିଥିଲେ ଧାନ ବିକ୍ରୟ କରିବାପାଇଁ ଘରେ ଜଦି ପୁଅ ମାନେ ଟୋକନ ପାଇଥିବା ତାରିଖ ପର୍ଯ୍ୟନ୍ତ ଜଗିରହିବେ ତେବେ ସେତିକି ଟଙ୍କା ପାଇବେ କି ଯେତେ ଟଙ୍କା ସେତିକି ଦିନରେ ଦାଦନ ଯାଇ ପାଇବେ ବୋଳି ଓଳଟା ପ୍ରଶ୍ନ କରିଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ ବହୁ ଦାଦନ ପରିବାର ଟୋକନ ସମୟ କୁ ନ ଜଗି ଖୋଳା ବଜାର ରେ ଧାନ ବିକ୍ରି କରିଦେଇ ମଣ୍ଡି ରେ ଧାନ ବିକ୍ରି ଭଲି ଜଟିଲ ପ୍ରକ୍ରିୟା ରୁ ନିଜକୁ ଦୁରେଇ ରଖୁଥିବା ବାରି ହୋଇ ପଡୁଛି