ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ଗଣିଆ ପୁଲିସ ହାତରେ ଧରାପଡିଲା ଜଣେ ଧୋକାବାଜ ସ୍ୱାମୀ | ସ୍ତ୍ରୀ ବାପ ଘରକୁ ଯାଇଥିବା ବେଳେ ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ ଗିରଫ ପରେ କୋର୍ଟ ଚାଲାଣ ହୋଇଛି । ଗିରଫ ବ୍ୟକ୍ତି ହେଲେ ବଡ଼ସିଲିଙ୍ଗା ପଞ୍ଚାୟତ ଡମାଘାଟି ଗ୍ରାମର ନିର୍ମଳ ଜାନୀ । ନିର୍ମଳ ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତ ଶଙ୍କରଡ଼ା ଗ୍ରାମର କଲ୍ୟାଣୀ ପତ୍ରିଙ୍କୁ ୫ ବର୍ଷ ତଳେ ବିବାହ କରିଥିଲେ । କଲ୍ୟାଣୀ ଗତ କିଛି ମାସ ଧରି ବାପ ଘରେ ରହୁଥିବା ବେଳେ ନିର୍ମଳ ସ୍ଥାନୀୟ ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିଲେ । ଏହି ଘଟଣା ଜାଣିବା ପରେ କଲ୍ୟାଣୀ ଗଣିଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏନେଇ ମାମଲା ରୁଜୁ କରିବା ସହ ଗୁରବାର ନିର୍ମଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ସୂଚନାପ୍ରଦାନ କରିଛନ୍ତି । "/>
-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022