-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ବାଲେଶ୍ଵର/ ନୀଳଗିରି(ପ୍ରେରଣା ଖବର) :ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ , ବ୍ୟାସକବି ସାହିତ୍ୟ ସଂସଦ, ନୀଳଗିରି, ବାଲେଶ୍ୱରର ପ୍ରତିଷ୍ଠା ଦିବସ ଓ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁଙ୍କର ଜନ୍ମ ଦିବସ ନିରାଡାମ୍ବର ଭାବରେ ପାଳିତ ହୋଇଯାଇଛି। ସଭାପତି ଶ୍ରୀଯୁକ୍ତ ବିପିନ ବିହାରୀ ବାରିକଙ୍କ ସଭାପତିତ୍ୱରେ ନୀଳଗିରି ଓ ବାଲେଶ୍ୱରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ କାଳୀପଦ ପଣ୍ଡା,ବିଶିଷ୍ଠ ଡାକ୍ତର, ସ୍ତମ୍ଭକାର ତଥା ସୁଲେଖକ ଚୌଧୁରୀ ରୁଦ୍ରପ୍ରସାଦ ନନ୍ଦ, ବାଲେଶ୍ୱର ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଦାସ, ଯୁଗ୍ମ ସମ୍ପାଦିକା ସଙ୍ଗୀତା ବାରିକ, ପ୍ରତ୍ୟୁଷ ରଞ୍ଜନ ବାରିକ, ବୁଦ୍ଧିଜୀବୀ ଯଚିନ୍ଦ୍ର ପୁହାଣ, ସୀତାରାମ ପ୍ରଧାନ,ବଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ତଥା ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ବାଲେଶ୍ୱରର ଫକୀର ମୋହନଙ୍କ ଜନ୍ମପୀଠ, ମଲ୍ଲୀକାଶପୁରସ୍ଥ ଶାନ୍ତିକାନନରେ ଥିବା ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହାବ୍ୟତୀତ ଶ୍ରୀ ବାରିକ ଫକୀର ମୋହନ ଗୋଲେଇ ଏବଂ ବାଲେଶ୍ୱର ଷ୍ଟେସନସ୍ଥ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ lଭସୁଦୂର ମାଲକାନଗିରିରେ ରହୁଥିବା ଯୁବ ସଂଗଠକ, ସୁସାହିତ୍ୟିକ, ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀଯୁକ୍ତ ଯଚିନ୍ଦ୍ର ସ୍ୱାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇବା ସଙ୍ଗେ ସଙ୍ଗେ ଫକୀର ମୋହନ ସେନାପତିଙ୍କୁ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ l ଅପରାହ୍ନ ତିନିଟାରେ ଏକ ଆଭାସୀ ମଞ୍ଚର ଆୟୋଜନ କରାଯାଇଥିଲା। ଉକ୍ତ ମଞ୍ଚରେ
ଫକୀର ମୋହନ ବିଶ୍ଵବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ , ପ୍ରଫେସର ମଣୀନ୍ଦ୍ର କୁମାର ମେହେର ମୁଖ୍ୟ ଅତିଥି, ଓଡିଶା ସାହିତ୍ୟ ଏକାଡେମୀର ରାଜ୍ଯ ସଦସ୍ୟ ଶ୍ରୀଯୁକ୍ତ କାଳୀପଦ ପଣ୍ଡା ମୁଖ୍ୟ ବକ୍ତା, ଭବାନୀପାଟଣା ଡି. ଏସ୍. ପି. ଚନ୍ଦ୍ରଶେଖର ଶବର ସମ୍ମାନିତ ଅତିଥି ଓ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ, ଗଜପତି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ଆଧୁନିକ ଓଡ଼ିଆ ସାହିତ୍ୟ ଓ ଫକୀର ମୋହନଙ୍କ ଉପରେ ଆଲୋକପାତ କରିଥିଲେ। ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିପିନ ବିହାରୀ ବାରିକ ସଭାପତିତ୍ଵ କରିଥିଲେ। ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସଙ୍ଗୀତା ବାରିକ ସଂଯୋଜନା କରିଥିଲେ । ରାଜ୍ଯ ସଂଯୋଜକ ପ୍ରେମାନନ୍ଦ ବେହେରା ଅତିଥି ପରିଚୟ କରିଥିବା ବେଳେ ଉପସଭାପତି ଗୋଦାବରୀଶ ଦାସ ଧନ୍ଯବାଦ ଅର୍ପଣ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସତ୍ୟ ନାରାୟଣ ମହାପାତ୍ର ଓ ସବିତା ଶୁକ୍ଲା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ସଂଗଠନ ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ, ପ୍ରଦୀପ ସରକାର, ଉପଦେଷ୍ଟା ସୋମନାଥ ନାୟକ, ସୁଭାଷିନୀ ଜୀ ତଥା ପ୍ରତ୍ୟେକ ଜିଲ୍ଲାରୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।