-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

ଦାଦନ ରାଇଜ ର ବିକଳ ଚିତ୍ର : ଦାଦନ ଯାଇଛନ୍ତି ବାପା ମାଁ , ଦ୍ବିତୀୟ ପଢୁଥିବା କୁନି ଭଉଣୀକୁ ଧରି ଘର ଜଗିଛି ଦଶମ ପଢୁଥିବା ବଡ ଭଉଣୀ 

13-Jan-2022



ସିନ୍ଧେକେଲା : ସରକାର ଲୋକଙ୍କ ହିତ ସାଧନ ପାଇଁ ଯୋଜନା ଉପରେ ଯୋଜନା କରିଛନ୍ତି ଓ କରି ଚାଳିଛନ୍ତି। ଦାଦନ ଭଲି ସମସ୍ୟା ଅଟକାଇବା ପାଇଁ ମନରେଗା ଭଲି ଅନେକ ଯୋଜନା ମଧ୍ଯ ପ୍ରଣୟନ କରିଛନ୍ତି। ତେବେ ମଧ୍ଯ ମଣିଷ ଚାଳାଣ ରୋକାଯାଇ ପାରିନାହିଁ। ସେହିଭଲି ଭାବେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଏକ ପ୍ରମୁଖ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ। ବିଗତ ବର୍ଷ ମାନଙ୍କରେ ଏହି ଦାଦନ ଚାଳାଣ ହୋଇ ଅଳଣ୍ଡା ପଞ୍ଚାୟତର ରିଙ୍କୁ ବାଗ ନିଖୋଜ ହୋଇ ଯାଇ ଥିବାବେଲେ ତାଙ୍କ ସ୍ତ୍ରୀ ପ୍ରତିମା ଗତବର୍ଷ ଜୁଲାଇ ୨୯ ତାରିଖ ଦିନ ସାପ କାମୁଡାରେ ମୃତ୍ୟୁ ହେବାରୁ ତାଙ୍କ ଦୁଇ ପୁଅ ବେସାହାରା ହେବା ସହ ବାପା ମାଁ ଛେଉଣ୍ଡ ହୋଇଗଲେ । ସେହି ପରି ଭାବେ ଗନ୍ଧର୍ଲା ପଞ୍ଚାୟତ ଅନ୍ତର୍ଗତ ମାଳପଡା ଗ୍ରାମର ମିଥୁନ ନାଗ ପେଟ ପାଟଣା ପାଇଁ ଦାଦନ ଖଟି ମୁମ୍ବାଇ ଯାଇଥିଲେ କାମ କରୁଥିବା ସମୟରେ ପଡି ଯାଇଥିଲେ। ସେ ଦିନ ଠାରୁ ସେ ସଜ୍ୟାସାୟୀ ହୋଇ ବିଧବା ମାଁ ଓ ସାନ ଭାଇ ଉପରେ ନିର୍ଭର କରି ଘରେ ପଡିଛନ୍ତି। ଏମିତି କେତେ ଉଦାହରଣ ରହିଛି ତଥାପି ପେଟ ପାଟଣା ପାଇଁ ଲୋକେ ଦାଦନ ଜିବାକୁ ଏକ ରକମ ବାଧ୍ଯ କାହିଁକି ତାହା ଏକ ପ୍ରଶ୍ନବାଚୀ ନିଶ୍ଚୟ । କିଛିଦିନ ତଳେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ଅଳଣ୍ଡା ପେକ୍ସ ପରିଦର୍ଶନ ରେ ଆସି କିଛି ଲୋକଙ୍କ ଧାନ ବିକ୍ରି କରିବାକୁ ଥିବା ଟୋକନ ପାଇ ଟୋକନ ର ଅବଧି ଶେଷ ହେବାକୁ ଯାଉଥିଲେ ସୁଦ୍ଧା ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣୁ ନ ଥିବା ଯୋଗୁଁ କେହି ଦଲାଲ ଟୋକନ ନେଇ ଚାଷୀଙ୍କ ଧାନ ବିକିବା ଆଶଙ୍କା କରି  ଚାଷୀଙ୍କ ଲିଷ୍ଟ ଧରି ତଦନ୍ତ ପାଇଁ ଚାଷୀଙ୍କ ଘର ମାନଙ୍କୁ ପହଞ୍ଚିଥିଲେ। ପ୍ରଥମେ ଅଳଣ୍ଡା ଗ୍ରାମର କ୍ଷେତ୍ର ମାଝୀ ଘରକୁ ପହଞ୍ଚି ପାଖ ଲୋକଙ୍କୁ ପଚାରି ବୁଝିବାରୁ କ୍ଷେତ୍ର ପରିବାର ସହ  ଦାଦନ ଖଟିବାକୁ ବାହାର ରାଜ୍ଯ କୁ ଯାଇଥିବା ଜଣା ପଡିଥିଲା ପରେ ତେତେଳପଡା ର ଘାସିରାମ କାଣ୍ଡ ଙ୍କ ଘରକୁ ଯାଇ ପଚାରିବାରୁ ଘାସିରାମ ପରିବାର କୁ ଗାଁରେ ଛାଡି ଦାଦନ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଟୋକନ ବିଷୟରେ କିଛି ଜାଣିନଥିବାରୁ ଅମଳ ହୋଇଥିବା ଧାନ ଖୋଳା ବଜାର ରେ ବିକ୍ରି କରି ଦେଇଥିବା କହିଥିଲେ । ସେହିପରି ଭାବେ ଅଳଣ୍ଡା ଗ୍ରାମର ଲକପତି ରଣା ଙ୍କ ଘରକୁ ପହଞ୍ଚି ଦେଖିବା ବେଳକୁ ଲକପତି ଓ ତାଙ୍କ ସ୍ତ୍ରୀ ବାହାର ରାଜ୍ଯ କୁ

ଦାଦନ ଖଟିବାକୁ ଯାଇ ଥିବାବେଳେ ଘରେ ଦୁଇ ଝିଅ ଙ୍କୁ ଛାଡି ଯାଇଛନ୍ତି। ତନ୍ମଧ୍ୟରୁ ଗୋଟିଏ ଝିଅ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ତା ବଡ ଭଉଣୀ ଦଶମ ଶ୍ରେଣୀରେ ପଢୁଛି ପରିକ୍ଷା ପାଇଁ ବାପା ମାଁ ଆମକୁ ଛାଡି ଯାଇଛନ୍ତି ବୋଳି କହିଥିଲେ ବଡଝିଅ। ତେବେ ବଡ ଭଉଣୀ ସାନ ଭଉଣୀ କୁ ଧରି ଘର ଜଗୁଥିବା ଓ ପଢୁଥିବା କଥା ଶୁଣି ତହସିଲଦାର ଆଶ୍ଚର୍ଯ୍ଯ ହୋଇଥିଲେ। କିପରି ଖାଉଛ, କିପରି ଚଳୁଛ ବୋଳି ଅନେକ କଥା ପଚାରି ବୁଝିଥିଲେ। ବଡ ଭଉଣୀ ରନ୍ଧାବଢା କରି ଦୁହେଁ ଖାଉଥିବା ବଡଝିଅ କହିଥିଲେ। ତେବେ ତାଙ୍କ ଘରଠାରୁ କିଛି ଦୁରରେ ଥିବା ତାଙ୍କ ବଡବାପା ଆସି ଆମେ ତାଙ୍କ ଦେଖା ଶୁଣା କରୁଛୁ ଓ ତାଙ୍କ ବାପା ଟଙ୍କା ପଠାଉଛନ୍ତି ସେଥିରେ ଝିଅ ମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ମୁଁ ବଜାର କୁ ଯାଇ ଆଣିଦିଏ ବୋଳି କହିଥିଲେ । ଏଠାରେ ସ୍ବାଭାବିକ ଭାବେ ମନକୁ ଏକ ପ୍ରଶ୍ନ ଉଠେ ପେଟ ଓ ପରିବାର ର ଭରଣ ପୋଷଣ ଏ ଅଞ୍ଚଳର ଲୋକଙ୍କୁ କେମିତି ମଜବୁର କରୁ ନ ଥିବ ଯେ ନିଜର ଜନ୍ମ କଲା ଛୋଟ ଛୋଟ ଝିଅ ମାନଙ୍କୁ ବାପା ମାଁ ଘରେ ଛାଡିଦେଇ ଶହଶହ କିଲୋମିଟର ଦୁରକୁ ଦାଦନ ଖଟିବାକୁ ଯାଉଛନ୍ତି। ସରକାର ଲୋକଙ୍କୁ ନିଜ ଗାଁରେ ରହି କାମ କରିବାକୁ କେତେ ଯୋଜନା ବାହାର କରି ଯୋଜନା ମାନଙ୍କରେ କୋଟି କୋଟି ଟଙ୍କା ପାଣୀ ପରି ଖର୍ଚ୍ଚ କରୁଛନ୍ତି ତେବେ ଏ ଉପରେ ଚିନ୍ତା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like