-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
13-Jan-2022
ସୋନପୁର// ଛଅ ଦିନ ପୂର୍ବରୁ ବ୍ଲକ ଛକ ଡିଏଓ କଲୋନୀ ପଛପଟ ରାସ୍ତା କଡରେ ଆରମ୍ଭ ହୋଇଥିଲା ଦୈନିକ ହାଟ । ତେବେ ସପ୍ତାଏ ମଧ୍ୟରେ ସେହି ହାଟର ଅବସ୍ଥା ବେହାଲ ହୋଇ ଯାଇଛି । ଅସରାଏ ବର୍ଷାରେ ହାଟ ଭିତରେ ପାଣି କାଦୁଅ ଭର୍ତ୍ତି ହୋଇ ଯାଇଛି । ଗ୍ରାହକ ମାନେ ପନିପରିବା କଣ କିଣିବେ, ବ୍ୟବସାୟୀ ମାନେ ତାଙ୍କର ଜିନିଷ ବିକ୍ରି କରିପାରି ନାହାନ୍ତି । ମଙ୍ଗଳବାର ହୋଇଥିବା ଅସରାଏ ବର୍ଷାରେ ଏହି ଦୈନିକ ହାଟ ମଧ୍ୟରେ ବିଭିନ୍ନ ସ୍ଥାନରେ ପାଣି କାଦୁଅ ଜମିଯାଇଛି । ହାଟକୁ ପନିପରିବା କିଣିବା ପାଇଁ ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପଟେ ବସିବା ପାଇଁ ସ୍ଥାନର ଅଭାବ ଏବଂ ଚାରିପଟେ ପାଣି କାଦୁଅ ଭର୍ତ୍ତି ହୋଇଥିବାରୁ ଅଧିକାଂଶ ବ୍ୟବସାୟୀ ବୁଧବାର ତାଙ୍କର ଦୋକାନ ଖୋଲି ନାହାନ୍ତି ।
ଅତି ତରବରିଆ ଭାବେ କିଛି ଆନୁସଙ୍ଗିକ ସୁବିଧା ସୁଯୋଗ ନକରି ଏହି ସ୍ଥାନକୁ ହାଟ ଉଠାଇ ଅଣାଗଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ରାତି ସାରା ମାଟି ପକାଇ ତିନି ଦିନ ଭିତରେ ଏଠାରେ ପୌର ପରିଷଦ ପକ୍ଷରୁ ହାଟ ନିର୍ମାଣ କରାଯାଇଛି । ଆଣ୍ଠୁଏ ଉଚ୍ଚରେ କେବଳ ମାଟି ପକା ଯାଇଥିବାରୁ ବର୍ଷା ପାଣିରେ ସ୍ଥିତି ବେହାଲ ହୋଇ ଯାଇଛି । କୌଣସି ସୁବିଧା ନକରି ଏଠାରେ ଆମକୁ ପୌର ପରିଷଦ ପକ୍ଷରୁ ହାଟ ବସାଇବା ପାଇଁ କୁହାଗଲା ବୋଲି ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ସ୍ଥାନରେ ଲୁହା କଣ୍ଟାର ବାଡ ମାଟି ଭିତରେ ପୋତି ହୋଇ ଥିବା ବେଳେ ତାହା ମଧ୍ୟ ବାହାର କରାଯାଇ ନାହିଁ । ତେବେ ପୂର୍ବରୁ ଯାତାୟତ ପାଇଁ ସୁବିଧା ଥିଲା ଏବେ ମାଟି ପକା ଯାଇଥିବାରୁ ଶକ୍ତି ନଗରରେ ବସବାସ କରୁଥିବା ଲୋକେ ଯିବା ଆସିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହାଟ ବସାଇ ବାଟ ବିଗାଡିଲା ପୌର ପ୍ରଶାସନ ବୋଲି ଚର୍ଚ୍ଚା ହେଉଛି । ଏବଂ କ୍ଷତିଗ୍ରସ୍ତ ଗରିବ ପନିପାରିବl ବ୍ୟବସlୟୀ ମାନେ ପୌର ପ୍ରଶାସନକୁ କ୍ଷତିପୂରଣ ଦାବୀ ଜଣାଇଛନ୍ତି l