-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ପଏଁରୀ ସୁବର୍ଣ୍ଣପୁରର ମିଳିତ ସହଯୋଗରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ “ରଂଗୋଲି ପ୍ରସ୍ତୁତିର କର୍ମଶାଳା "କୋଶଳ ହାଇ ସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ଲଡୁକିଶୋର ମଲ୍କିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଶ୍ରୀମତୀ ମିନା ମହାରଣା, ସଭାପତି ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର,
ସୋନପୁର, ସମ୍ମାନିତ ଅତିଥି ଭାବରେ ଡ. ଇତିଶ୍ରୀ ଦାସ, ଅଧ୍ୟାପକ, ଓଡିଆ ବିଭାଗ, ସୋନପୁର କଲେଜ, ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ସହିତ ରଂଗୋଲି ବିଶେଷଜ୍ଞ ସଂଗୀତା ପାଢୀ ଓ ସସ୍ମିତାରାଣୀ ବିଭାର ଯୋଗ ଦେଇଥିଲେ । କୋଶଳ ହାଇ ସ୍କୁଲର ଗୁରୁମା ସ୍ଣିତାରାଣୀ ନାଏକଙ୍କ ସଂଯୋଜନାରେ ସଂପାଦକ ସଂଜୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଏଁରୀ ଅନୁଷ୍ଠାନର ସଂପାଦକ ଚୌଧୁରୀ ବିଭାର
କର୍ମଶାଳାର ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ସହରର ୨୦ ଜଣ ଝିଅ ଭାଗନେଇ ସୁନ୍ଦର ରଂଗୋଲି ସଜାଇଥିଲେ । ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କର୍ମଶାଳାରେ ପଇଁରୀ ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ, ସହ ସଂପାଦକ ପୃଥିରାଜ ବାଗ୍ ସହିତ ସଦସ୍ୟ ଗୋପାଳ ମେହେର, ସନ୍ତୋଷ ମିଶ୍ର, ସୁଶାନ୍ତ ସାହୁ, ସୋମ୍ୟରଂଜନ ସେଠି, ସନ୍ତୋଷ କୁମାର ପାଢୀ, ବଂଶୀଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।