-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା)ନୟାଗଡ଼ ଜିଲ୍ଲା ରଣପୁର ପୁଲିସ ହାତରେ ଲାଗିଲା ବଡ ସଫଳତା | ଜଣେ ନକଲି ପୁଲିସ ଅଫିସର ବୋଲାଉଥିବା ବ୍ୟକ୍ତି ଙ୍କୁ ଗିରଫ କରିବା ସହିତ ୨ ଲକ୍ଷ ଟଙ୍କା ଏବଂ କାର ଜବତ କରିଛନ୍ତି ରଣପୁର ପୋଲିସ । ସୂଚାନକ୍ରମେ ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲାର ମାନସ ରଞ୍ଜନ ସେନାପତି । ରଣପୁର ହଂସରା ଗ୍ରାମର ରାଜୀବ କୁମାର ପ୍ରଧାନ ଠକେଇର ଶୀକାର ହୋଇଥିଲେ ଅଭିଯୁକ୍ତ ନକଲି ପୋଲିସ ଅଫିସର ଙ୍କ ଦ୍ୱାରା । ଚାକିରୀ ଲୋଭ ଦେଖାଇ ରାଜୀବଙ୍କଠାରୁ ମାନସ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ । ଏନେଇ ରାଜୀବ ରଣପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ମାନସ ସେନାପତି ରଣପୁର ଉପର ସଡ଼କ ଦେଇ ଯାଉଥିବା ବେଳେ ପୁଲିସ ସୂଚନା ପାଇ ତାକୁ ଗିରଫ କରିବା ସମୟରେ କାର ଏବଂ ତା ନିକଟରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ନକଲି ପୁଲିସ ଅଫିସର ମାନସ ସହ ଏକ ସକ୍ରିୟ ଗ୍ୟାଙ୍ଗ ସାମିଲ ଅଛନ୍ତି । ଏହି ଗ୍ୟାଙ୍ଗ ସାରା ଓଡ଼ିଶାରେ ଏହିଭଳି ଠକେଇ କାର୍ଯ୍ୟ କରୁଥିବା ତଦନ୍ତ ବେଳେ ସୂଚନା ମିଳିଛି । ଅଭିଯୁକ୍ତ ମାନସକୁ କୋର୍ଟ ଚାଲାଣ କରାଯାଇଥିବା ରଣପୁର ଥାନା ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।