-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
କଟକ:ଦେଶ ସ୍ୱାଧୀନତା ର ୭୫ ବର୍ଷ ପରେ ବି ରେଲୱେ ମାଲଗୋଦାମ ଶ୍ରମିକଙ୍କ ସମସ୍ୟା ସୁଧୁରୁ ନଥିଲା। ଜରୁରୀ କାଳୀନ ପରିସ୍ଥିତି ହେଉ ଅବା ମହାମାରୀ ଏ ଶ୍ରମିକ ମାନଙ୍କ ଅବଦାନ ଦେଶ ପାଇଁ ସଦା ସର୍ବଦା ଅତୁଳନୀୟ। ଏ ଶ୍ରମିକ ମାନଙ୍କର ଦୀର୍ଘ ଦିନ ହେବ ବହୁ ସମସ୍ୟା ରେ ଜର୍ଜରିତ ହେଉଥିଲେ। ଯଥା ସ୍ୱାସ୍ଥ୍ୟ, ଶିକ୍ଷା,ଗୃହ ଭଳି ଅନେକ ପ୍ରକାର ର ସମସ୍ୟା ସମାଧାନ ହେଇ ପାରୁ ନ ଥିଲା।
ଏବେ ଦୀର୍ଘ ବର୍ଷର ଅନ୍ତ ଘଟିଲା ।ଏ ସମସ୍ତ ସମସ୍ୟ କୁ ସମାଧାନ କରିବା ପାଇଁ ମୋଦି ସରକାର ପଦକ୍ଷେପ ଗ୍ରହଣ କରି ଥିବାରୁ ରେଲୱେ ମାଲଗୋଦାମ ଶ୍ରମିକ ସଂଘ ର ଓଡିଶା ପଶ୍ଚିମ ବଙ୍ଗର ମୁଖ୍ୟ ମନମୋହନ ସେଠୀ ଓ ଏହି ଶ୍ରମିକ ସଙ୍ଘଠନ ର ଓଡ଼ିଶାର ଶୁଭ୍ରା ଜୋଛନା ମହାନ୍ତି ମୋଦି ସରକାର କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏହି ଶ୍ରମିକ ସଂଗଠନ ସମସ୍ତ ସମସ୍ୟା ର ସମାଧନ ହେବ ସେଥିପାଇଁ ସଙ୍ଘ ସମସ୍ତ ପ୍ରକାର ପଦକ୍ଷେପ ନେବା ସହ ପ୍ରଚେଷ୍ଟା ଜାରି ରଖିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜରିଆରେ ପ୍ରକାଶ କରିଛନ୍ତି।