-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଆଦିବାସୀ ଭବନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ତାରିଖରେ ପଞ୍ଜାବ ଗସ୍ତବେଳେ ପଞ୍ଜାବ ସରକାର ତଥା କଂଗ୍ରେସ ସରକାର ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଅବହେଳା କରି ଲୋକତନ୍ତ୍ର ଓ ସମ୍ବିଧାନକୁ ନଷ୍ଟ କରିବା ପାଇଁ କଂଗ୍ରେସର ହତ୍ୟା ଷଡଯନ୍ତ୍ର ପ୍ରତିବାଦରେ ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଲୋଇସିଂହା ବିଜେପି ପକ୍ଷରୁ ମୁହଁରେ କଳାପଟି ବାନ୍ଧି ମୌନ ଧାରଣା ଦେଇଥିଲେ l ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ କରି ଧାରଣାରେ ବସିଲେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ l ବିଧାୟକ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀଙ୍କ ପଞ୍ଜାବ ଗସ୍ତବେଳେ ଯେଉଁ କଂଗ୍ରେସ ସରକାରର ଅସମ୍ମାନ ଏସବୁ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ତତ୍ୱାବଧାନରେ ହୋଇଛି
ବୋଲି ବିଧାୟକ ପ୍ରକାଶ କରିବା ସହ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛୁ l ଏଣୁ ଜିଲ୍ଲା ବିଜେପି ବଲାଙ୍ଗୀର ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଘୋର ନିନ୍ଦା କରୁଛି l ବିଜେପିର ମଣ୍ଡଳ ସଭାପତି ସରୋଜ ସାହୁ, ଭୂତନାଥ ନାଏକ, ଗୌରାଙ୍ଗ ନାଏକ, ରାଜୁ ସାହୁ, ବହାଦୁର ନନ୍ଦ, ଲଳିତ ପଧାନ, ସୁଦିପ ସା, ସୁନିଲ ଦାସ, ରଶ୍ମିରଞ୍ଜନ ପଧାନ, ବୁଲୁ ବାଦୀ, ରାମ ସାହୁ ସହ ବିଜେପିର ଅନ୍ୟାନ୍ୟ କର୍ମୀ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ l