ଘରର କବାଟ ଭାଙ୍ଗି ଚାଉଲ ଖାଇଲ ଦନ୍ତା ହାତୀ
09-Jan-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ଅଂଚଲରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । କିଛି ଦିନ ହେବ ଏକ ଦନ୍ତା ହାତୀ ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗିବା ସହିତ ଧାନ ଚାଉଲ ଖାଇ ନଷ୍ଟ କରିଦେଉଛି । ଏହି କ୍ରମରେ ଗତକାଲି ବିଲମ୍ବିତ ରାତ୍ରୀରେ ବ୍ଲକର ତେନ୍ତୁଲୀଖୋଲ ଗ୍ରାମରେ ପସି ଜଣେ ବ୍ୟକ୍ତିଙ୍କ ଘରର କବାଟ ଭାଙ୍ଗି ଚାଉଲ ଖାଇଥିବା ଜଣାପଡିଛି । ସୂଚନା ଅନୁସାରେ ଉକ୍ତ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଭୋଇଙ୍କ ପରିବାର ସବୁଦିନ ଭଲି ଶୋଇଥିଲେ । ବିଲମ୍ବିତ ରାତିରେ ଏକ ଦନ୍ତା ହାତୀ ପସି ତାଙ୍କ ଘରର କବାଟ ଭାଙ୍ଗି ଘରେ ଥିବା ଏକ ବସ୍ତା ଚାଉଲ ଖାଇଦେଇଥିଲା । ହାତୀ ଆସିଥିବା ଜାଣିିପାରି ପରିବାର ଲୋକେ ଘରୁ ଅନ୍ୟତ୍ର ଚାଲିଯାଇଥିଲେ । ଫଳରେ ପରିବାରଟି ଆକ୍ରମଣରୁ ଅଲ୍ପକେ ବର୍ତୀଯାଇଥିଲେ । ଯଥାଶିଘ୍ର ବନବିଭାଗ କ୍ଷୟକ୍ଷତିର ଆକଳନ କରି କ୍ଷତିପୁରଣ ଦେବାକୁ ଦାବି ହେଉଛି ।