-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ଜଗନ୍ନାଥ ପ୍ରସାଦ(ପବିତ୍ର ମହାପାତ୍ର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ପରିସରରେ ଯୁବ ରେଡକ୍ରସ୍ ଶାଖା ଓ ଜାତୀୟ ସେବା ଯୋଜନା ଶାଖା-୧ ସହାୟତାରେ ସ୍ଥାନୀୟ ମେଡିକାଲ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋଭିଡ-୧୯ ସାମୁହିକ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଉଦଘାଟନ କରିଥିଲେ । ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡଃ ଦିବାକର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଦୁଇ ଜଣିଆ ମେଡିକାଲ ଟିମ୍ ରିଙ୍କିପାତ୍ର, ଅସ୍ମିତାଦାସ, ବିଜୟାନନ୍ଦ ବେହେରା, ସୂର୍ଯ୍ୟକାନ୍ତ ପୃଷ୍ଟି, ଇତିଶ୍ରୀ ପ୍ରଧାନ, ପ୍ରମୋଦ କୁମାରଗୌଡ଼, ବ୍ରଜେଶ୍ୱରି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରମାମନୀ ଦେଈ ଓ ହତିକୃଷ୍ଣ ମହାରଣା ଆସି ୧୫ ରୁ ୧୮ ବର୍ଷ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନଙ୍କୁ କୋଭାସ୍କିନ ଭାକ୍ସିନ୍ ଟୀକାକରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଓ ଜାତୀୟ
ସେବା ଯୋଜନାର ସ୍ବେଚ୍ଛାସେବୀ ମାନେ ଶାନ୍ତି ଶୃଙ୍ଖଳା ଓ ସହଯୋଗ କରିଥିଲେ । ରେଡ୍ କ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୁନିର କାନ୍ତ ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗଞ୍ଜାମ ଜିଲ୍ଲା ସହ ଯୋଜନା ଅଧିକାରୀ ଅଧ୍ୟାପକ ସୁନୀଲ କୁମାର ମୁନି, ଖେଳ ଶିକ୍ଷକ ପଦ୍ମନାଭ ପ୍ରଧାନ, ସୁଶାନ୍ତ କୁମାର ପାତ୍ର ଓ ସନ୍ତୋଷ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ୧୪୫ ଜଣ ଛାତ୍ରୀ ଓ ୧୨୩ ଜଣ ଛାତ୍ର ମୋଟ ୨୬୮ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଟୀକାକରଣ କରାଯାଇଥିଲା । ଶେଷରେ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।