-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ଉପରବାହାଲ ପଞ୍ଚାୟତର ଫଟାମୁଣ୍ଡା ଠାରେ ବିଜେଡି ବ୍ଲକ ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ୱରେ ଆଗଲପୁର ବ୍ଲକ ଜୋନ ନ- ୨ ସ୍ତରୀୟ କର୍ମୀ ସମ୍ବିଳନୀ, ମିଶ୍ରଣ ପର୍ବ, ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଉଭୟ ଓଡିଶା ସରକାରଙ୍କ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶ୍ରମ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏ ଅଂଚଳର ବିଭିନ୍ନ ଉନ୍ନତିମୂଳକ କାମର ଶୁଭ ଉଦଘାଟନ ପରେ ଏହି ସମ୍ମିଳନୀରେ ଯୋଗଦେଇଥିଲେ l ସଭାରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ବିଜେଡି ରାଜ୍ୟ ପରିଷଦ ସଭ୍ୟ
ନିହାରରଞ୍ଜନ ବେହେରା ବ୍ଲକ ମହିଳା ସଭାନେତ୍ରୀ ଦେବକୀ ସାହୁ, ବଲାଙ୍ଗୀର ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ସହ ଅନେକ ବିଜେଡି ଦଳୀୟ କର୍ମୀ ଉପସ୍ଥିତ ଥିବାବେଳେ ବ୍ଲକର ସମସ୍ତ ପଞ୍ଚାୟତର ସଭାପତି ଓ ମହିଳାମାନେ ପ୍ରମୁଖ ଉପସ୍ଥିତ ଥିଲେ | ବିଜେପି ଓ କଂଗ୍ରେସ ଦଳର ଅନେକ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ l ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟଅତିଥି ଦ୍ୱୟ ରାଜ୍ୟସରକାରଙ୍କ
ଅନେକ ଜନହିତକର କାର୍ଯ୍ୟ ଓ ଯୋଜନା ଯେପରିକି ବିଜୁ ସ୍ୱାସ୍ଥ୍ୟ କାର୍ଡ, ମମତା ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟ ବିଷୟରେ ଲୋକଙ୍କ ସାମ୍ନାକୁ ଆଣିଥିଲେ l ମନ୍ତ୍ରୀଗଣ ଆଗାମି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ l ଉକ୍ତ ସଭାରେ ବହୁ ସଂଖ୍ୟାରେ ମହିଳାମାନେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା l କାର୍ଯ୍ୟ ଶେଷରେ ବ୍ଲକ ଯୁବ ସଭାପତି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l