-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ଲୋଇସିଂହା, ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଆରମ୍ଭ ହୋଇଯାଇଛି l ଜାତୀୟ ସେବା ଯୋଜନା (ଏନଏସଏସ) ଅଧୀନରେ ଚାଲିଥିବା ଲୋଇସିଂହା କଲେଜର ସ୍ୱତନ୍ତ୍ର ଶୀତକାଳୀନ ଶିବିର ପୌଷଗ୍ରାମ କାର୍ଲିପାଟ ଠାରେ ଅନୁଷ୍ଠିତ ହେଉଛି l
ଏକ ସପ୍ତାହ ଧରି ଏହି ଶିବିର ଅନୁଷ୍ଠିତ ହେବ l ଗତ ୩ ତାରିଖରେ ଉଦଘାଟିତ ହୋଇଥିବା ଏହି ସ୍ୱତନ୍ତ୍ର ଶୀତକାଳୀନ ଶିବିର ଆସନ୍ତା ଜାନୁୟାରୀ ୯ ତାରିଖ ଦିନ ଉଦଯାପିତ ହେବ l ଏହି ସପ୍ତାହ ବ୍ୟାପୀ ଶିବିରରେ ସ୍ୱଚ୍ଛଭାରତ ଅଭିଯାନ, କୋଭିଡ-୧୯ ସଚେତନତା, ନିଶାନିବାରଣ ପ୍ରଭୃତି ବିଷୟ ଉପରେ ଆଲୋଚନା ହେବା ସହ ଅନେକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣା ପଡିଛି l